ସୁନ୍ଦରଗଡ଼ (ବିଜୟ ବରୁଆ): କୋଇଲା ପରିବହନରେ ଭଡ଼ା ବୃଦ୍ଧି ଦାବିରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି।
ସୁନ୍ଦରଗଡ଼ ସହରର ତିନୋଟି ପ୍ରବେଶ ପଥ- ରାଣୀ ବଗିଚା ବାଇପାସ, କଲେଜ ବାଇପାସ, ଟୋଲଗେଟ ବାଇପାସକୁ ଟ୍ରକ ମାଲିକ ମାନେ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ମୋଟର ଚଳାଚଳ ଏବଂ ଏମସିଏଲ କୋଇଲା ଖଣିରୁ କୋଇଲା ପରିବହନ ପ୍ରଭାବିତ ହୋଇଛି।
ଗତକାଲି କୋଇଲା ପରିବହନରେ ଭଡ଼ା ବୃଦ୍ଧିକୁ ନେଇ ଟ୍ରକ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟିଥିଲା। ଏନେଇ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଜବାବ ନ ଦେବାରୁ ଟ୍ରକ ମାଲିକମାନେ ଏହି ବନ୍ଦ ଡାକରା ଦେଇଛନ୍ତି । କୋଇଲା ପରିବହନରେ ଭଡ଼ା ବୃଦ୍ଧି କରିବାକୁ ସଂଘ ଦାବି କରିଛି।
ବନ୍ଦ ଯୋଗୁ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବ ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
The post ସୁନ୍ଦରଗଡ଼ ବନ୍ଦ; ସହରର ୩ଟି ପ୍ରବେଶ ପଥ ଅବରୋଧ appeared first on Odisha Reporter.
from Odisha Reporter https://ift.tt/3nEY5mS
No comments:
Post a Comment