ତାଲିବାନୀଙ୍କ ରଜ, ପ୍ଲେନ୍‌ ପଙ୍ଖାରେ ଦୋଳି ବାନ୍ଧି ଝୁଲିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ତାଲିବାନୀଙ୍କ ରଜ, ପ୍ଲେନ୍‌ ପଙ୍ଖାରେ ଦୋଳି ବାନ୍ଧି ଝୁଲିଲେ

କାବୁଲ: ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ସେଠାରେ ହଜାର ହଜାର କୋଟି ଟଙ୍କାର ବିମାନ, ଫାଇଟର ଜେଟ୍‌,  ସଶସ୍ତ୍ର ଯାନ ଓ ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମ  ଆଦିକୁ ତାଲିବାନୀଙ୍କ ହାତରେ ଛାଡ଼ି ଦେଇ ଯାଇଛି। ଆମେରିକା ଏହାକୁ  ନିଷ୍କ୍ରିୟ କରିଦେଇଥିବାରୁ ଏହା ତାଲିବାନୀଙ୍କ କାମରେ ଆସୁନି। ତେଣୁ ଦୁର୍ଦ୍ଦଷ ତାଲିବାନୀ ଏବେ ଏହାକୁ ଖେଳନା ରୂପେ ବ୍ୟବହାର କରି ନିଜ ମନୋରଞ୍ଜନ କରୁଛନ୍ତି।

ଆମେରିକା ସୈନିକ ଯିବା ଆଗରୁ ହମିଦ୍ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ୭୩ ବିମାନକୁ ଛାଡ଼ି ଚାଲି ଯାଇଛି। ହେଲେ ଆଫଗାନିସ୍ତାନ ଛାଡ଼ି ଯିବା ପୂର୍ବରୁ ଆମେରିକା ଏହାକୁ ବୈଷୟିକ ଭାବେ ଅକାମୀ କରିଦେଇଥିଲା। ଏହାର ଅର୍ଥ ବିମାନ ଆଉ ଉଡ଼ିପାରିବ ନାହିଁ ଏବଂ କେହିବି ଏହି ବିମାନର ଅପରେଟ୍ ମଧ୍ୟ କରିପାରିବେ ନାହିଁ। ତା’ ଛଡ଼ା ତାଲିବାନୀ ବୈଷୟିକ ଜ୍ଞାନକୌଶଳରେ ଆମେରିକାକୁ ଟକ୍କର ଦେବା ପରି ସକ୍ଷମ ହୋଇ ନ ଥିବା ବେଳେ ସେମାନଙ୍କ ନିକଟରେ ପାଇଲଟ ମଧ୍ୟ ଅଭାବ ଅଛନ୍ତି। ତେଣୁ ଏସବୁ ପ୍ଲେନ୍‌ ପୁଣିଥରେ କାର୍ଯ୍ୟକ୍ଷମ ହେବା ଆଶା ମାଟିରେ ମିଶି ଯାଇଛି।

ଏପରି ସ୍ଥିତିରେ ତାଲିବାନୀମାନେ ଏହାକୁ ନିଜ ଖେଳନା ରୂପେ ବ୍ୟବହାର କରି ଖୁବ୍‌ ମସ୍ତି କରୁଛନ୍ତି। ଆମେରିକାର ଲଢ଼ୁଆ ବିମାନର ପଙ୍ଖାରେ ରଶି ବାନ୍ଧି ଦୋଳି ଖେଳୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଆରେ ଆମେରିକାର ୪ଟି ଫାଇଟର ପ୍ଲେନ୍‌ ଦେଖିବାକୁ ମିଳିଛି। ପ୍ରତି ପ୍ଲେନ୍‌ର ଦାମ୍‌ ପାଖାପାଖି ୨ ହଜାର କୋଟିରୁ ଅଧିକ । ଏହି ୪ଟି ପ୍ଲେନ୍‌ର ଦାମ ୮ ହଜାର କୋଟିରୁ ଅଧିକ ହେବ ।   ଆମେରିକା ଅକାମୀ କରି ଦେଇଥିବାରୁ   ଆଫଗାନିସ୍ତାନ ଏୟାରପୋର୍ଟରେ ପଡ଼ି ରହିଛି। ଏପରି ସମୟରେ ତାଲିବାନୀମାନେ ଏଥିରେ ରଶି ବାନ୍ଧି ଦୋଳି ଖେଳି ଖୁବ୍‌ ମଜାମସ୍ତି କରୁଛନ୍ତି।

ହେଲେ ଚୀନ୍‌ କର୍ତ୍ତୃପକ୍ଷ ଏହାର ମଜାକ ଉଡାଇଛନ୍ତି। ଚୀନ୍‌ର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଟ୍ୱିଟ କରି ଲେଖିଛନ୍ତି,   ଆମେରିକା ଛାଡ଼ି ଯାଇଥିବା ଅଚଳ ସେନା ହେଲିକପ୍ଟରଗୁଡ଼ିକ ଜଙ୍କ ଲାଗି ଗଲାଣି। ତେଣୁ ତାଲିବାନୀ ଏବେ ଏହାକୁ ଖେଳନା କରି ସାରିଲେଣି।

ସୂଚନାଯୋଗ୍ୟ, କାବୁଲ ଛାଡିବା ପୂର୍ବରୁ ଆମେରିକା ସୈନ୍ୟ ହମିଦ୍ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ   ଥିବା ୭୩ ବିମାନକୁ  ଅକାମୀ କରିଦେଇଥିଲା। ଏହିସବୁ ଯାନଗୁଡିକର ମୂଲ୍ୟ ଏକ ମିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି। ତାଲିବାନୀ ଏହାର ବ୍ୟବହାର କରିଦେବେ ବୋଲି ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରିବା ପରେ ଏହି ଯାନ ଗୁଡ଼ିକର ବ୍ୟବହାର ଆଉ କେବେବି ଓ କାହା ଦ୍ୱାରା ହୋଇପାରିବ ନାହିଁ ବୋଲି ଆମେରିକା  ସ୍ପଷ୍ଟ କରିଥିଲା।

The post ତାଲିବାନୀଙ୍କ ରଜ, ପ୍ଲେନ୍‌ ପଙ୍ଖାରେ ଦୋଳି ବାନ୍ଧି ଝୁଲିଲେ appeared first on Odisha Reporter.



from Odisha Reporter https://ift.tt/3BV20jx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages