ଅନୁଗୋଳ(ବିରଜା ପ୍ରସାଦ ଦାସ): ଅର୍ଥ ହେରଫେର ଅଭିଯୋଗରେ ଅନୁଗୋଳ ଜିଲ୍ଲା ବଅଁରପାଳ ସିଡିପିଓଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରିଛି ପୁଲିସ୍ । ତାଙ୍କ ନାଁ ଯୁଗଳ ନାୟକ। ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ, ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ସେ ଯୁଗଳଙ୍କୁ ଅଫିସର ଡକ୍ୟୁମେଣ୍ଟ ଗୁଡ଼ିକ ଅପଡେଟ୍ କରିବାକୁ କହିଥିଲେ। ହେଲେ ଯୁଗଳ ସମୟ ଗଡ଼ାଇ ଚାଲିଲେ। ଏ ନେଇ ସିଡିପିଓଙ୍କ ସନ୍ଦେହ ଉପୁଜିଥିଲା। ଯୁଗଳ ୬ ଲକ୍ଷ ୨୪ ହଜାର ଟଙ୍କା ଅର୍ଥ ହେରଫେର କରିଥିବା ସେ ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଥିଲେ।
ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିପିଓ ବଅଁରପାଳ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଅଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋଟକୁ ଭିର୍ତ୍ତି କରି ଗତକାଲି ଯୁଗଳଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
The post ଅର୍ଥ ହେରଫେର ଅଭିଯୋଗରେ କିରାଣିଙ୍କୁ ବାନ୍ଧିଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3tsX9mH
No comments:
Post a Comment