ଅଭିନେତାଙ୍କ ନାଁରେ ଏଫ୍‌ଆଇଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ଅଭିନେତାଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ: ଅଡୁଆରେ ବଳିଉଡର ଆଉ ଜଣେ ଅଭିନେତା। ‘କୋଇ ମିଲ୍‌ ଗୟା’ ଫେମ ଅଭିନେତା ରଜତ ବେଦୀଙ୍କ ନାଁରେ ରୁଜୁ ହେଲା ଏତଲା। ସେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି।

ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୁଲିସ ଷ୍ଟେସନରେ ଏଫ୍‌ଆଇଆର୍‌ ହୋଇଛି। ସୂଚନାନୁସାରେ, ରଜତ ବେଦୀ ଗତକାଲି ସନ୍ଧ୍ୟାରେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିଲେ।

ଏହି ମାମଲାରେ ଡିଏନ୍‌ ନଗର ପୁଲିସ କହିଛି, କାର୍‌ରେ ଧକ୍କା ଦେବା ପରେ ରଜତ ଆହତ ବ୍ୟକ୍ତିଙ୍କୁ କୁପର୍ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଛନ୍ତି। ଏଥିସହ ସେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି।

ରିପୋର୍ଟ ମୁତାବକ, ରଜତ ଯେଉଁ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ ସେହି ବ୍ୟକ୍ତିଙ୍କ ବୟସ ୩୯ ବର୍ଷ। ସେ ଡିଏନ୍‌ ନଗର ବାସିନ୍ଦା। ସୋମବାର ଦିନ ସେ ନିଜ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରଜତଙ୍କ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଉକ୍ତ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଗୁରୁତର ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ରଜତ ପ୍ରତିଶ୍ରୁତି ଦେଇଛନ୍ତି।

ରଜତ ବେଦୀ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। କୋଇ ମିଲ୍ ଗୟା (୨୦୦୩) ରେ ରାଜ ସକ୍ସେନାଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ରକ୍ତ (୨୦୦୪), ଖାମୋଶ … ଖୌପ କି ରାତ (୨୦୦୫) ଏବଂ ରକି-ଦି ରେବେଲ (୨୦୦୬) ଅନ୍ତର୍ଭୁକ୍ତ। କୋଇ ମିଲ ଗୟା, କରନ ଅର୍ଜୁନ ଏବଂ ହେଲୋ କୌନ ଫିଲ୍ମରୁ ରଜତ ବେଦୀ ଏକ ଭିନ୍ନ ପରିଚୟ ପାଇଥିଲେ।

The post ଅଭିନେତାଙ୍କ ନାଁରେ ଏଫ୍‌ଆଇଆର୍‌ appeared first on Odisha Reporter.



from Odisha Reporter https://ift.tt/3tj8DJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages