ଆସନ୍ତାକାଲି ମହାନଦୀରେ ଆସିପାରେ ବନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ଆସନ୍ତାକାଲି ମହାନଦୀରେ ଆସିପାରେ ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଛି । ଶନିବାର ସକାଳୁ ୮ ଲକ୍ଷ କ୍ୟୁସେକ୍‌ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ ।  ତେଣୁ ମହାନଦୀରେ ବନ୍ୟା ଆସିପାରେ  ବୋଲି ଆକଳନ କରାଯାଉଛି।

ଏହା ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ ।  ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି  SRC ପ୍ରଦୀପ ଜେନା ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ମଧ୍ୟ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।   ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍‌ ମୁତୟନ କରାଯାଇଛି ।

ମହାନଦୀରେ ହୀରାକୁଦଠାରେ ୨୮ଟି ଗେଟ ଖୋଲାଯାଇଛି । ଜଳ ଭଣ୍ଡାରକୁ  ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ମଧ୍ୟ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳ ସ୍ତର ୬୨୮.୮୩ ଫୁଟ ରହିଛି ।

ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ମିଟର  ଛୁଇଁଛି । ଏଥିଯୋଗୁଁ ଭୋଗରାଇ ବ୍ଲକର ୪୦ଟି  ଗାଁ, ବାଲିଆପାଳ ବ୍ଳକର ୪୩୦ଟି ଗାଁ ଜଳମଗ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡିଯାଇଛି ।

ଏବେ ବର୍ଷା  ହେଉ ନ ଥିଲେ ମଧ୍ୟ ପୁରୀ ଜିଲ୍ଲାର କାକଟପୁର, ଗୋପ ଓ ଅସ୍ତରଙ୍ଗ ବ୍ଲକର ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗୋପ ବ୍ଲକର ବିରତୁଙ୍ଗ, ବଉଳାଙ୍ଗ, ମହଲାପଡା, ସିମିଳି ଓ କାକଟପୁରର କାଦୁଆ, ଅବଦାନ ଓ ବାଙ୍ଗୁରି ଏବଂ ଅସ୍ତରଙ୍ଗର କୋରଣା, ଶିଶୁଆ ପଂଚାୟତର ଶହେରୁ ଅଧିକ ଗାଁ ୪ଦିନ ହେଲା ପାଣି ଘେରରେ ଅଛନ୍ତି ।

ଜଳେଶ୍ୱରଠାରେ ଉଛୁଳା ନଦୀ।

କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ଉପରେ ଏବେ ବି ପାଣି ଚାଲୁଛି । ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଚାଷଜମି ଉଜୁଡି ଯାଇଛି । ଗାଁରୁ ବାହାରିବା ପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗାଁରେ ଯିବା ଆସିବା ପାଇଁ ଦେଶୀ ଡଙ୍ଗା ଏକମାତ୍ର ମାଧ୍ୟମ ପାଲଟିଛି।

ସେହିପରି ସୁନ୍ଦରଗଡ ବଣାଇ ବ୍ଲକର ଜାଙ୍ଗଳାକୁ ସଂଯୋଗ କରୁଥିବା ସିଆଁ ଜୋର ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି । ପ୍ରାୟ ୩ କିଲୋମିଟର ରାସ୍ତା ଉପରେ ପାଣି ଜମି ରହିଛି ।  ଏଥିସହ ଧାନ ଚାଷ ହୋଇଥିବା ଏକର ଏକର ଜମି ପାଣିରେ ବୁଡିଯାଇଛି।

 

The post ଆସନ୍ତାକାଲି ମହାନଦୀରେ ଆସିପାରେ ବନ୍ୟା appeared first on Odisha Reporter.



from Odisha Reporter https://ift.tt/3ChdIoI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages