ବନ୍ଧା ହେଲେ ଅର୍ଥନୀତି ଅଧ୍ୟାପକ, କରୁଥିଲେ ସାଂଘାତିକ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ବନ୍ଧା ହେଲେ ଅର୍ଥନୀତି ଅଧ୍ୟାପକ, କରୁଥିଲେ ସାଂଘାତିକ କାମ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ପ୍ରିନ୍ସପାଲଙ୍କୁ ନକଲି ଇମେଲ କରି ଗିରଫ ହେଲେ ଅଧ୍ୟାପକ। ଏପରି ସାଂଘାତିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ପରମାଣପୁର ସ୍ଥିତ ଝସକେତନ ସାହୁ ଡିଗ୍ରୀ କଲେଜରେ।

ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ କଲେଜର ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ ଅଧ୍ୟାପକ ପରେଶ କୁମାର ଭୋଇଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରିଛି ପୁଲିସ୍‌ । ଅଭିଯୁକ୍ତ ବ୍ୟବହାର କରୁଥିବା ୨ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।  ଏହି ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

The post ବନ୍ଧା ହେଲେ ଅର୍ଥନୀତି ଅଧ୍ୟାପକ, କରୁଥିଲେ ସାଂଘାତିକ କାମ appeared first on Odisha Reporter.



from Odisha Reporter https://ift.tt/39aupFY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages