କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ତାଙ୍କ ନାଁ ବନ ମହାନନ୍ଦ (୩୯)। ସେ ମୁରିବାହାଲ ବ୍ଳକ କୁର୍ଲୁବାହାଲ ୟୁପିଏସରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।
ମୁରିବାହାଲ ପୁଲିସ୍ ଗତକାଲି ବନଙ୍କୁ ତାଙ୍କ ନିଜ ଘର ବେଲପଡ଼ା ଥାନା କାନୁଟ ପଞ୍ଚାୟତର ମାଲପଡ଼ା ଗାଁରୁ ଗିରଫ କରିଥିଲା। ମୁରିବାହାଲର ଭାରପ୍ରାପ୍ତ ବିଇଓ ମକୁନ୍ଦ ମହରା ବ୍ଳକର ୪ ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ମଧ୍ୟରେ ବନ ମହାନନ୍ଦଙ୍କ ନାଁ ଥିଲା। ଏହା ପରେ ପୁଲିସ୍ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଟିଟିଲାଗଡ଼ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯାଇଥିଲା। ଏହା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଥିଲା।
ମୁରିବାହାଲର ଭାରପ୍ରାପ୍ତ ବିଇଓ ଆଉ ଯେଉଁ ତିନି ନକଲି ଶିକ୍ଷକଙ୍କ ନାଁରେ ଏତଲା ଦେଇଛନ୍ତି, ସେମାନେ ହେଲେ- ଦେବଙ୍ଗ ଏନୟୁପିଏସର କନିଷ୍ଠ ଶିକ୍ଷକ ବବୃ ସୁନା, ଗୁଡ଼ିଘାଟ ୟୁପିଏସର କନିଷ୍ଠ ଶିକ୍ଷକ ଉତ୍ତମ ବାରିକ ଓ ଅଣ୍ଡାଲଦୋରୋ ଏନୟୁପିଏସର କନିଷ୍ଠ ଶିକ୍ଷକ ରଞ୍ଜିତ ପ୍ରଧାନ। ଜାଲ୍ ସାର୍ଟିଫିକେଟ୍ ଦେଇ ଏମାନେ ଦୀର୍ଘ ବର୍ଷ ହେଲା ଚାକିରି କରୁଥିବା ଭାରପ୍ରାପ୍ତ ବିଇଓ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସେମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ମୁରିବାହାଲ ଆଇଆଇସି ଜ୍ୟୋତିରାଣୀ ଦାସ କହିଛନ୍ତି।
The post ଜେଲ୍ ଗଲେ ନକଲି ଶିକ୍ଷକ appeared first on Odisha Reporter.
from Odisha Reporter https://ift.tt/3hpTHnZ
No comments:
Post a Comment