ବାଦଲଫଟା ବର୍ଷା, ଜଣେ ମୃତ, ଅନେକ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ବାଦଲଫଟା ବର୍ଷା, ଜଣେ ମୃତ, ଅନେକ ନିଖୋଜ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ କଫରନାର ଅଞ୍ଚଳରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ରଜୌରୀର ହାଜି ବଶିର ବରୱାଲ ନାମକ ଜଣେ ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ କିଛି ଲୋକଙ୍କ ଏଯାଏଁ ପତ୍ତା ମିଳିନାହିଁ, ସେମାନେ ନିଖୋଜ ଅଛନ୍ତି। ବର୍ତ୍ତମାନ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସ ସୂଚନା ମୁତାବକ, ଉକ୍ତ ଅଞ୍ଚଳଟି ବେଶ୍‌ ଦୁର୍ଗମ, ଏଠାରେ ମୋଇବାଇଲ ନେଟ୍‌ୱାର୍କ ସଠିକ ଭାବେ କାମ ନାହିଁ। ତେଣୁ ସନ୍ଧାନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।

ସେପଟେ କୁଲଗାମରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଫଳରେ ଏକ ନାଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଭାସି ଯାଇଥିଲେ। କିନ୍ତୁ ସେମାନଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ସେମାନେ ଫସି ରହିଥିଲେ।

ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ଜମ୍ମୁ-କଶ୍ମୀର କିସ୍ତିୱାଡାରେ ଭୟଙ୍କର ବାଦଲଫଟା ବର୍ଷା ହୋଇଥିଲା।  ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ହୋଇଥିଲେ।

The post ବାଦଲଫଟା ବର୍ଷା, ଜଣେ ମୃତ, ଅନେକ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3tDfKfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages