୪ ସେପ୍ଟେମ୍ବର, ଶନିବାର: ବ୍ୟସ୍ତତା ଭିତରେ ଦିନଟି କଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

୪ ସେପ୍ଟେମ୍ବର, ଶନିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଘରକୁ ଅତିଥି ଆସିପାରନ୍ତି। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ।

ବୃଷ: କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ।

ମିଥୁନ: ଦୂରସ୍ଥାନକୁ ଯାତ୍ରା କରିପାରିନ୍ତି। ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ।

କର୍କଟ: ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତି ହୋଇପାରେ।

ସିଂହ: ପ୍ରତ୍ୟେକ ପରିସ୍ଥିତିକୁ ସମାଧାନ କରିବା ଦିଗରେ ସାହାଯ୍ୟ ସହଯୋଗ ମିଳିବ।  ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ପାରିବାରିକ ଜୀବନ ସୁଖମୟ ରହିବା ସହିତ ଭ୍ରମଣ ଯୋଗ ରହିଛି।

କନ୍ୟା: ବ୍ୟସ୍ତତା ଭିତରେ ଦିନଟି କଟିବ। ଘର ପାଇଁ  କିଛି ଜିନିଷ  କିଣିପାରନ୍ତି। ଆୟ ଅପେକ୍ଷା ବ୍ୟୟ ହେବ।

ତୁଳା: ଆଜି ଖୁସି ଖବର ମିଳିବ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ।

ବିଛା: କୌଣସି ଏକ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଆର୍ଥିକ ଦିଗରେ ସଫଳତା ହାସଲ କରିବେ। ବକେୟା ଦରମା ହସ୍ତଗତ ହେବ।

ଧନୁ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ। କୌଣସି ଏକ ସମସ୍ୟାକୁ ନେଇ ମନରେ ଭୟ ବଢିବ , ସେଥିପାଇଁ ଧୈର୍ଯ୍ୟ ରଖିବାକୁ ପଡିବ।

ମକର: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ମାନସମ୍ମାନ ଏବଂ ଯଶପ୍ରାପ୍ତି ମିଳିବ। ବ୍ୟବସାୟରେ ଧନ ଲାଭ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ।  ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

ମୀନ:ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ।  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

The post ୪ ସେପ୍ଟେମ୍ବର, ଶନିବାର: ବ୍ୟସ୍ତତା ଭିତରେ ଦିନଟି କଟିବ appeared first on Odisha Reporter.



from Odisha Reporter https://ift.tt/3zJVqMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages