ଅନ୍ଧାରୁଆରେ ହେବ iconic ଆଦର୍ଶ  ବିଦ୍ୟାଳୟ, ଖର୍ଚ୍ଚ ହେବ ୧୦୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଅନ୍ଧାରୁଆରେ ହେବ iconic ଆଦର୍ଶ  ବିଦ୍ୟାଳୟ, ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ  ବିଦ୍ୟାଳୟ ।  ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି  ବିଦ୍ୟାଳୟରେ  ଯୁକ୍ତ ଦୁଇ ଶିକ୍ଷାଦାନ  କରାଯିବ । ଆସନ୍ତା କାଲି ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ।

୧୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏଡି ବିଦ୍ୟାଳୟରେ ଶ୍ରେଣୀ ଏକାଦଶ ଓ ଦ୍ୱାଦଶ ପିଲା ପାଠ ପଢ଼ିବେ। ଉଭୟ କ୍ଲାସରେ ୫୦୦ ଲେଖାଏ ପିଲା ପାଠ ପଢ଼ିବେ।  ରାଜ୍ୟରେ ଥିବା ୩୧୪ ଆଦର୍ଶ ବିଦ୍ୟାଳୟରୁ ବଛା  ବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାକୁ ସୁଯୋଗ ପାଇବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର  ଦାଶ ।

iconic ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଗତ ବର୍ଷ ସୂଚନା ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ସମଗ୍ର ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ସୁଯୋଗ ପାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 

The post ଅନ୍ଧାରୁଆରେ ହେବ iconic ଆଦର୍ଶ  ବିଦ୍ୟାଳୟ, ଖର୍ଚ୍ଚ ହେବ ୧୦୦ କୋଟି appeared first on Odisha Reporter.



from Odisha Reporter https://ift.tt/3kX4iYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages