ଶାଶୂଙ୍କୁ ମାରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ଶାଶୂଙ୍କୁ ମାରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ

ମୁମ୍ବାଇ: ଶାଶୂଙ୍କୁ ମାରି ତାଙ୍କ ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ। ମୁମ୍ବାଇରେ ଘଟିଛି ଏହି ଘଟଣା। ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ୍ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ତାକୁ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ପୁଲିସ୍।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଟାଇଲ୍‌ରେ ତାଙ୍କ ଶାଶୂଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଏହା ପରେ ଛୁରୀରେ ତାଙ୍କୁ ବାରମ୍ବାର ଭୁସି ଥିଲା। ଆଉ ତା’ପରେ ଏକ ବାଉଁଶ ତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲା।

ମୃତ ମହିଳା ଜଣଙ୍କ ତାଙ୍କ ଝିଅ ସହିତ ମୁମ୍ବାଇର ଭିଲେ ପର୍ଲ (ପୂର୍ବ)ରେ ରହୁଥିଲେ। ଅଭିଯୁକ୍ତ ଜଣେ ଚେନ୍‌ ଲୁଟେରା। ସୁନା ଚେନ୍ ଲୁଟି ୩ ବର୍ଷ ହେଲା ଜେଲ୍‌ରେ ଥିଲା ଅଭିଯୁକ୍ତ। ସେପ୍ଟେମ୍ବର ୧ ତାରିଖରେ ସେ ଜେଲ୍‌ରୁ ବାହାରିଥିଲା। ଜେଲ୍‌ରୁ ବାହାରିବା ପରେ ସେ ତା ସ୍ତ୍ରୀକୁ ଦେଖା କରିବା ପାଇଁ ଯାଇଥିଲା। କିନ୍ତୁ ତା’ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇଥିବା ଓ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା।

ଅଭିଯୁକ୍ତ ତା’ ପତ୍ନୀକୁ ତା’ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲା। ତେବେ ତା’ ପତ୍ନୀ ମାନି ନଥିଲେ। ଅଭିଯୁକ୍ତ ତା’ପର ଦିନ ପୁଣି ସେଠାକୁ ଯାଇଥିଲା। ତେବେ ସେତେବେଳେ ତା’ ପତ୍ନୀ ସେଠାରେ ନଥିଲେ। ସେ ତାଙ୍କ ନୂଆ ସ୍ୱାମୀଙ୍କ ଘରକୁ ଚାଲି ଯାଇଥିଲା। ଅଭିଯୁକ୍ତ ତା’ ଶାଶୂଙ୍କୁ ପତ୍ନୀଙ୍କ ସଂପର୍କରେ ସବିଶେଷ ତଥ୍ୟ ମାଗିଥିଲେ। କିନ୍ତୁ ତା’ ଶାଶୂ କିଛି କହିବାକୁ ମନା କରି ଦେଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ମାରି ଦେଇଥିଲା। ହତ୍ୟାକାଣ୍ଡ ଘଟାଇ ସେ ଫେରାର ହୋଇଯାଇଥିବା ବେଳେ ତାକୁ ପୁନେରୁ ଧରିଥିଲା ପୁଲିସ୍‌।

ସୂଚନାଯୋଗ୍ୟ, କିଛି ଦିନ ତଳେ ମୁମ୍ବାଇରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରି ଦେଇଥିଲେ। ଯୁବତୀ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଜୀବନ ହାରିଥିଲେ।

The post ଶାଶୂଙ୍କୁ ମାରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ appeared first on Odisha Reporter.



from Odisha Reporter https://ift.tt/3C5z2NN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages