ଅହମ୍ମଦାବାଦ: ସମସ୍ତ ଦାବିଦାରଙ୍କୁ ପଛରେ ପକାଇ ଗୁଜରାଟ ମୁଖମନ୍ତ୍ରୀ ପଦ ବାଜି ମାରିନେଇଛନ୍ତି ଭୂପେନ୍ଦ୍ର ପଟେଲ। ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ହାଇ କମାଣ୍ଡ ତାଙ୍କ ନାଁରେ ମୋହର ମାରିଛନ୍ତି। ତେବେ ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବାର କିଛି ଘଣ୍ଟା ପରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ। ଏପରିକି ସେ କାନ୍ଦି ପକାଇଛନ୍ତି।
ମୁଖ୍ୟମନ୍ତ୍ରୀ ରେସ୍ରେ ସବୁଠାରୁ ଆଗରେ ଥିଲେ ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ। ସେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି କିଛି ଅଲଗା ହୋଇଥିଲା। ସବୁ ବିବାଦରେ ପୂର୍ଣ୍ଣଛେଦ ପକାଇ ଦଳର ହେବିଓ୍ୱେଟ ଭୂପେନ୍ଦ୍ର ପଟେଲଙ୍କ ନାଁରେ ମୋହର ମାରିଥିଲେ। ତେବେ ଏହି ନିଷ୍ପତ୍ତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ ଖୁସି ନଥିଲେ। ଆଜି ସେ ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ‘ମୋ ଭଳି ଅନେକ ଅଛନ୍ତି ଯେଉଁମାନେ କି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଆହୁରି ଅନେକ ଅଛନ୍ତି ଯାହାର ବସ୍ ମୋ ଭଳି ମିସ୍ ହୋଇଛି । ମୁଁ ଏକା ନୁହେଁ ତେଣୁ ସେହି ଦୃଷ୍ଟିକୋଣରୁ ଏହାକୁ ଦେଖ ନାହିଁ । ଲୋକମାନେ ଭୁଲ ଅନୁମାନ କରନ୍ତି । ମୁଁ ୧୮ ବର୍ଷ ବୟସରୁ ବିଜେପି ପାଇଁ କାମ କରୁଛି। ଆଗକୁ ମଧ୍ୟ ଏହା ଜାରି ରଖିବି। ମୋତେ କୌଣସି ପଦବୀ ମିଳୁ ଅବା ନମିଳୁ ମୁଁ ଯେଉଁ ପର୍ଯ୍ୟନ୍ତ ଦଳରେ ଅଛି ସେ ପର୍ଯ୍ୟନ୍ତ ଦଳର ସେବା କରିବି।’ ଏହା କହିବା ସମୟରେ ନୀତିନଙ୍କ ଆଖିରେ ଲୁହ ଆସିଯାଇଥିଲା। ଏପରିକି ସେ କାନ୍ଦି ମଧ୍ୟ ପକାଇଥିଲେ।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ନୀତିନ ପଟେଲଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ଏହି ସମୟରେ ନୀତିନ ଭାବୁକ ହୋଇପଡିଥିଲେ। ସେ କହିଥିଲେ, ମୁଁ ଦଳ ପାଇଁ ୩୦ ବର୍ଷ ହେବ କାମ କରୁଛି। ଦଳ ପ୍ରତି ମୋର କୌଣସି ଅସନ୍ତୋଷ ନାହିଁ। ମୋତେ ଦଳ ବିଗତ ୩୦ ବର୍ଷ ହେଲା ଅନେକ କିଛି ଦେଇଛି।
ସେ ଆହୁରି କହିଛନ୍ତି, ଭୂପେନ୍ଦ୍ର ପଟେଲ ତାଙ୍କର ଜଣେ ଭଲ ବନ୍ଧୁ। ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି। ଭୂପେନ୍ଦ୍ର ତାଙ୍କୁ ମାର୍ଗଦର୍ଶନ ମଧ୍ୟ ମାଗିଛନ୍ତି। ଏଭଳି ସ୍ଥିତିରେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ଦେଖି ତାଙ୍କୁ ବେଶ୍ ଖୁସି ଲାଗିବ ବୋଲି ନୀତିନ କହିଛନ୍ତି।
ସୂଚନା ମୁତାବକ, ନୀତିନ ପଟେଲ ବହୁ ବର୍ଷ ଧରି ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଥିଲେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନଙ୍କ କ୍ୟାବିନେଟ୍ରେ ଥିଲେ। ଏହାପରେ ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।
I'm not upset (on the party naming Bhupendra Patel as CM). I've been working in BJP since I was 18 & will keep on working. Whether I get a position in the party or not, I will continue serving in the party: Gujarat Dy CM Nitin Patel pic.twitter.com/FOmMeCIU1O
— ANI (@ANI) September 13, 2021
The post ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର, କାନ୍ଦିଲେ ନୀତିନ appeared first on Odisha Reporter.
from Odisha Reporter https://ift.tt/3nrultD
No comments:
Post a Comment