ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ କୋଭିଡ୍ ଅନୁକମ୍ପା ରାଶି, ଏପର୍ଯ୍ୟନ୍ତ ୮୧୮୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ କୋଭିଡ୍ ଅନୁକମ୍ପା ରାଶି, ଏପର୍ଯ୍ୟନ୍ତ ୮୧୮୭ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ମହାମାରୀରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ କୋଭିଡ୍ ମହାମାରୀରେ ମୃତ ବ୍ୟକ୍ତିମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ୍‌)ରୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ମାସରୁ ଏହି ସହାୟତା ବଣ୍ଟନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁସଚିବ ଆଶିଷ କୁମାର ସିଂ ଗତ ୨୫ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠି  ସମେତ ମୋଟ ୧୨ ପୃଷ୍ଠାର ଦସ୍ତାବିଜ ପଠାଇ କୋଭିଡ୍ ମୃତକଙ୍କୁ ସହାୟତା ଦେବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରେ ସର୍ତ୍ତାବଳୀରେ ସଂଶୋଧନ କରିଥିବା ନେଇ ଅବଗତ କରିଛନ୍ତି। କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ସମେତ ରିଲିଫ ଅପରେସନ୍  ଅବା କୋଭିଡ୍ ମୁକାବିଲା କାର୍ଯ୍ୟରେ ନିୟୋଜିତ ଥାଇ ପ୍ରାଣ ହରାଇଥିବା ବ୍ୟକ୍ତି ଯେଉଁମାନେ କି କୋଭିଡ୍‌ଜନିତ ମୃତକ ବୋଲି ଘୋଷଣା ହୋଇଥିବେ ସେମାନଙ୍କୁ ମଧ୍ୟ ଏସଡିଆରଏଫରୁ ଏହି ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ କୋଭିଡ-୧୯ ମହାମାରୀରେ ପ୍ରଥମ ମୃତ ଘଟଣା ରିପୋର୍ଟ ହେବା ଦିନଠୁ କୋଭିଡ-୧୯କୁ ଯେପର୍ଯ୍ୟନ୍ତ ମହାମାରୀ ତାଲିକାରୁ ବାଦ୍ ଦିଆନଯାଇଛି ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଅନୁକମ୍ପାମୂଳକ ସହାୟତା ଦେବାକୁ କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୮ତାରିଖ ସୁଦ୍ଧା ଓଡ଼ିଶାରେ ମୋଟ ୮୧୮୭ଜଣ ଲୋକ କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବାବେଳେ ସର୍ବାଧିକ ୧୪୯୫ଜଣ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି। ମାଲକାନଗିରିରେ ସବୁଠୁ କମ୍ ୪୬ଜଣ ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ହୋଇଥିବାବେଳେ କଟକରେ ୮୩୫ଜଣ, ପୁରୀରେ ୪୫୨ଜଣ, ଜଗତସିଂହପୁରରେ ୩୦୨ଜଣ, କେନ୍ଦ୍ରାପଡ଼ାରେ ୨୪୫ଜଣ, ଗଞ୍ଜାମରେ ୪୭୪ଜଣ, ଅନୁଗୁଳରେ ୩୮୮ଜଣ, ସୁନ୍ଦରଗଡ଼ରେ ୫୭୯ଜଣଙ୍କର କୋଭିଡରେ ଆଜିସୁଦ୍ଧା ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରେକର୍ଡରୁ ଜଣାପଡ଼ିଛି।

The post ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ କୋଭିଡ୍ ଅନୁକମ୍ପା ରାଶି, ଏପର୍ଯ୍ୟନ୍ତ ୮୧୮୭ ମୃତ appeared first on Odisha Reporter.



from Odisha Reporter https://ift.tt/3olntOX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages