କରୋନା ବଦଳରେ ଦେଇ ଦେଲେ ରେବିଜ ଟିକା, ନର୍ସ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

କରୋନା ବଦଳରେ ଦେଇ ଦେଲେ ରେବିଜ ଟିକା, ନର୍ସ ନିଲମ୍ବିତ

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଛି ସଂଘର୍ଷ। ମହାମାରୀକୁ ମାତ୍‌ ଦେବା ପାଇଁ ଲଗାତର ଟିକାକରଣ ଜାରି ରହିଛି। ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ବଡ଼ ଧରଣର ଅବହେଳା ହୋଇଥିବା ମାମଲା ସାମ୍ନାକୁ ଆସିଛି। କରୋନା ଟିକା ବଦଳରେ ଜଣେ ବ୍ୟକ୍ତିଙ୍କୁ ରେବିଜ ତଥା ଜଳାନ୍ତକ ଟିକା ଦିଆଯାଇଥିବା ଜଣାପଡିଛି।

ମହାରାଷ୍ଟ୍ର ଥାଣେର ମଧ୍ୟ କଲୱା ଅଞ୍ଚଳରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ରେବିଜ ଟିକା ଦେଇଥିବା ନର୍ସ ଏବଂ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ମୁତାବକ, ଉକ୍ତ ଟିକାକେନ୍ଦ୍ରକୁ ରାଜକୁମାର ଯାଦବ ନାମକ ଜଣେ ବ୍ୟକ୍ତି କୋଭିସିଲ୍ଡ ଟିକା ନେବା ପାଇଁ ଆସିଥିଲେ। କିନ୍ତୁ ଭୁଲ୍‌ରେ ସେ କରୋନା ଟିକା ବଦଳରେ ରେବିଜ ଟିକା ଦିଆ ହେଉଥିବା ଲାଇନ୍‌ ଠିଆ ହୋଇଥିଲେ। ସେପଟେ ନର୍ସ ଜଣଙ୍କ ତାଙ୍କର ପେପର୍‌ ନେଦଖି ତାଙ୍କୁ ରେବିଜ ଟିକା ଦେଇ ଦେଇଥିଲେ।

ଏହି ଘଟଣା ପରେ ଥାଣେ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଟିକା ଦେବା ପୂର୍ବରୁ ରୋଗୀଙ୍କ କେସ୍‌ ପେପର ଯାଂଚ କରିବା ନର୍ସର କର୍ତ୍ତବ୍ୟ। କିନ୍ତୁ ତାଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା। ଏଥିପାଇଁ ଉକ୍ତ ନର୍ସଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇଛି। ସେପଟେ ରେବି ଟିକା ନେଇଥିବା ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଥାଣେ ନଗର ନିଗମ କହିଛି।

The post କରୋନା ବଦଳରେ ଦେଇ ଦେଲେ ରେବିଜ ଟିକା, ନର୍ସ ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3m2ouJ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages