୫ ଦିନ ଭୁବନେଶ୍ୱର ସବ୍‌-କଲେକ୍ଟର ଓ ତହସିଲ ଅଫିସ୍‌ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

୫ ଦିନ ଭୁବନେଶ୍ୱର ସବ୍‌-କଲେକ୍ଟର ଓ ତହସିଲ ଅଫିସ୍‌ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସବ୍‌-କଲେକ୍ଟର ଅଫିସ୍‌ ଓ ତହସିଲ ଅଫିସ୍‌କୁ ୫ ଦିନ ପାଇଁ ବନ୍ଦ କରାଯାଇଛି। ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ। ଉଭୟ ଅଫିସ୍‌ରୁ ୫ ଜଣ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଥିବା ସବ୍‌-କଲେକ୍ଟର ଜଣାଇଛନ୍ତି।

ସବ୍‌-କଲେକ୍ଟରଙ୍କ ଅଫିସ୍‌ରୁ ତିନି ଜଣ ଆସିଷ୍ଟାଣ୍ଟ କଲେକ୍ଟର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହସିଲ ଅଫିସ୍‌ରୁ ୨ ଜଣ ଅତିରିକ୍ତ ତହସିଲଦାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେହେତୁ ଅଫିସ୍ ସମୟରେ ଏହି ଦୁଇ ସ୍ଥାନରେ ପ୍ରବଳ ଗହଳି ହୁଏ, ତେଣୁ ଅନ୍ୟମାନେ ସଂକ୍ରମିତ ହୋଇ ନଥିବେ ବୋଲି କୁହାଯାଇପାରିବ ନାହିଁ। ତେଣୁ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସବ୍‌-କଲେକ୍ଟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବର୍ଗର। ସେହିପରି ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଜଣ ଅଛନ୍ତି।

The post ୫ ଦିନ ଭୁବନେଶ୍ୱର ସବ୍‌-କଲେକ୍ଟର ଓ ତହସିଲ ଅଫିସ୍‌ ବନ୍ଦ appeared first on Odisha Reporter.



from Odisha Reporter https://ift.tt/39et8xK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages