ସ୍ୱାମୀଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ୍‌ ଦିନ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶିଳ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ସ୍ୱାମୀଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ୍‌ ଦିନ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶିଳ୍ପା

ମୁମ୍ବାଇ: ପନୋଗ୍ରାଫି କେସ୍‌ରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ କ୍ରାଇମବ୍ରାଞ୍ଚ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ୍‌ କରିବା ଦିନ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି।    ନିଜ ବ୍ୟକ୍ତିଗତ ଜୀବନରେ ବହୁ ଘାତ, ପ୍ରତିଘାତ, ସମାଲୋଚନା ତଥା ଟ୍ରୋଲର ଶିକାର ହେଉଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟି ମାନସିକ ଶାନ୍ତି ପାଇଁ ମା’  ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ମନ ବଳାଇଥିଲେ। ଶେଷରେ ଗତ ବୁଧବାର ସେ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି।

ଗତ ବୁଧବାର ଶିଳ୍ପାଙ୍କ ସ୍ୱାମୀ ରାଜଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଦିନ ହିଁ ମାତାଙ୍କ ଦର୍ଶନ ପାଇଁ ଶିଳ୍ପା ନିଜ ସାଙ୍ଗ ଆକାକ୍ଷାଂ ମଲହୋତ୍ରାଙ୍କ ସହ  ଜମ୍ମୁର କତ୍ରାରେ ଥିବା ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ।  ସେଠାରୁ ସେ ଘୋଡ଼ା ପିଠିରେ ବସି ମାତାଙ୍କ ଦର୍ଶନ ଅଭିମୁଖେ ଯାଇଥିଲେ। ଏଠାକୁ ଆସି ଖୁବ୍‌ ଖୁସି ଓ ଶାନ୍ତି ଅନୁଭବ କରୁଥିବା କହିଥିଲେ ଶିଳ୍ପା।

ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଇଛନ୍ତି ଶିଳ୍ପା ।

ମା’  ବୈଷ୍ଣୋ ଦେବୀଙ୍କ ଦର୍ଶନ ବେଳର ଭିଡିଓ ଶିଳ୍ପା ନିଜ ଇନଷ୍ଟାରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏ ନେଇ ସୂଚନା ଦେଇଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ଧଳା ରଙ୍ଗର ପ୍ରିଣ୍ଟେଡ କୁର୍ତ୍ତା ପିନ୍ଧିଥିବା ବେଳେ ମଥାରେ ଏକ ବଡ଼ ଟିକା ଲଗାଇ ଖୁବ୍‌ ସୁନ୍ଦର ଲାଗୁଥିଲେ।

ଗତକାଲି ସେ ମୁମ୍ବାଇ ଫେରି ଆସିଥିବା ବେଳେ ଏୟାରପୋର୍ଟରେ ଏକ ଅରେଞ୍ଜ କଲର କୁର୍ତ୍ତାରେ ସ୍ପଟ ହୋଇଥିଲେ। ଶିଳ୍ପା ପୋଷ୍ଟ କରିଥିବା ଭିଡିଓରେ ମାତାଙ୍କ ଦର୍ଶନ ପାଇଁ ପାହାଡ ଚଢ଼ୁଥିବା ବେଳେ ସେ ଜୟ ମାତା ଦି କହୁଥିବା ଶୁଣିବାକୁ ମିଳୁଛି।

ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଇଛନ୍ତି ଶିଳ୍ପା ।

ପର୍ଣ୍ଣଗ୍ରାଫି କେସ୍‌ରେ ଗତ ଜୁଲାଇ ମାସରେ ରାଜ କୁନ୍ଦ୍ରା ଗିରଫ ହେବା ପରଠୁ ଶିଳ୍ପାଙ୍କୁ ନାନା କଥା ଶୁଣିବାକୁ ପଡ଼ୁଛି। ସ୍ୱାମୀଙ୍କ କଳା କାରନାମା ପାଇଁ ଶିଳ୍ପାଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିରେ ତାଙ୍କ ସମ୍ପୃକ୍ତି ନେଇ ଆଙ୍ଗୁଠି ଉଠୁଥିବା ବେଳେ  ରାଜଙ୍କ କାମ ବିଷୟରେ ତାଙ୍କୁ କିଛି ଜଣା ନ ଥିବା ସଫେଇ ଦେଇଛନ୍ତି ଶିଳ୍ପା।

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି କେସ୍‌ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୁଲାଇ ୨୩ରେ ଶିଳ୍ପାଙ୍କ ବୟାନ ରେକର୍ଡ କରିଥିଲା। ଏଥିରେ ଶିଳ୍ପା କ୍ରାଇମବ୍ରାଞ୍ଚକୁ କ’ଣ କହିଥିଲେ କେଉଁ ସବୁ ତଥ୍ୟ ଦେଇଥିଲେ, ତା’ର ସମୂର୍ଣ୍ଣ ବିରରଣୀ ଏବେ ସାମ୍ନାକୁ ଆସିଛି।

ବୈଷ୍ଣୋ ଦେବୀ ପୀଠରେ ନିଜ ସାଙ୍ଗଙ୍କ ସହ ଶିଳ୍ପା ।

ସେତେବେଳେ ନିଜ ବୟାନରେ ଶିଳ୍ପା କହିଥିଲେ, “ସେ ରାଜ କୁନ୍ଦ୍ରାଙ୍କୁ ତାଙ୍କ କାମ ବିଷୟରେ କେବେ ପଚାରୁ ନଥିଲେ। ସେ ନିଜେ ତାଙ୍କ କାମରେ ଖୁବ୍‌ ବ୍ୟସ୍ତ ଥିଲେ। ଏଥିସହ ହଟସଟ୍‌ ଆପ୍‌ ବିଷୟରେ ତାଙ୍କୁ ଜଣାନାହିଁ ବୋଲି ମଧ୍ୟ କହିଥିଲେ।”

ହେଲେ ଏହାକୁ ମାନିବା ମୁଡରେ ନାହାନ୍ତି ଫ୍ୟାନ୍ସ । ବର୍ଷ ବର୍ଷ ଧରି ରାଜ ଚଳାଇଥିବା କଳା ସାମ୍ରାଜ୍ୟ ବିଷୟରେ ଶିଳ୍ପା କିପରି କିଛି ଜାଣିପାରିଲେ ନାହିଁ ତାକୁ ନେଇ ଫ୍ୟାନ୍ସ ଉଠାଇଛନ୍ତି ପ୍ରଶ୍ନ । ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ମାନସିକ ଅଶାନ୍ତି ମଧ୍ୟରେ ରହୁଥିବା ଶିଳ୍ପା ଶେଷରେ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରି ନିଜ ଗୁହାରୀ ଜଣାଇଛନ୍ତି।

ସୂଚନା ମୁତାବକ ୨୦୦୯ରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହ ହୋଇଥିଲା। ଜୁଲାଇ ୧୯ ତାରିଖରେ ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜଙ୍କୁ ଗିରଫ କରିଥିଲା। ଏହାପରେ ସେ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ନାଁରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଗତକାଲି ୧୫୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌ ଦାଖଲ କରିଛି।

The post ସ୍ୱାମୀଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ୍‌ ଦିନ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶିଳ୍ପା appeared first on Odisha Reporter.



from Odisha Reporter https://ift.tt/39giCpq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages