ନୂଆଦିଲ୍ଲୀ: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍ରେ ଫସିଗଲେ ଡାକସେବା ଅଧିକାରୀ। ମହିଳାଙ୍କ ସୁନ୍ଦରତା ଦେଖି ଦୋହଲିଗଲା ମନ। କିଛି ଚିନ୍ତା ନକରି ଦେଇ ଦେଲେ ଭାରତୀୟ ସେନାର ସିକ୍ରେଟ ଡକ୍ୟୁମେଣ୍ଟ। ଏଭଳି ଏକ ମାମଳା ଏବେ ସାମ୍ନାକୁ ଆସିଛି।
ଭାରତୀୟ ସେନାର ଗୁପ୍ତ ଡକ୍ୟୁମେଣ୍ଟ ସପ୍ଲାଏ କରିବା ଅଭିଯୋଗରେ ରେଲୱେ ଡାକ ସେବାର ଜଣେ ୨୭ ବର୍ଷୀୟ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଭରତ ଭବରୀ ବୋଲି ଜଣାପଡିଛି। ଭାରତୀୟ ସେନାର ସାଉଥ୍ କମାଣ୍ଡର ମିଲିଟାରୀ ଇଣ୍ଟେଲିଜେନ୍ସ ଟିମ୍ ଏବଂ ରାଜସ୍ଥାନ ଗୁଇନ୍ଦା ବିଭାଗ ଏହି ମାମଲାରେ ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରିଛି। ଅନୁସନ୍ଧାନ ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆଧାରରେ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଦଳ ଅଭିଯୁକ୍ତଙ୍କୁ ପଚରାଉଚରା କରି ମାମଲାର ମୂଳ ଯାଏଁ ଯିବାକୁ ଚେଷ୍ଟା କରୁଛନ୍ତି।
ଉକ୍ତ ଅଧିକାରୀ ଜଣକ ହନିଟ୍ରାପ୍ର ଶିକାର ହୋଇଥିବା ତଦନ୍ତରୁ ଜଣାପଡିଛି। ମିଲିଟାରୀ ଇଣ୍ଟେଲିଜେନ୍ସ ଟିମ୍ର ସୂଚନା ମୁତାବକ, ଉକ୍ତ ଗିରଫ ବ୍ୟକ୍ତି ଜଣକ ଘର ରାଜସ୍ଥାନ ଯୋଧପୁରରେ। ଭବରୀଙ୍କ ତିନି ବର୍ଷ ତଳେ ଡାକ ବିଭାଗରେ ପୋଷ୍ଟିଂ ହୋଇଥିଲା। ତେବେ ଚାରି ମାସ ପୂର୍ବେ ଅଭିଯୁକ୍ତ ଜଣକ ଫେସ୍ବୁକ୍ ଜରିଆରେ ଜଣେ ପାକିସ୍ତାନୀ ମହିଳଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ମହିଳା ଏବଂ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ ପାକିସ୍ତାନୀ ମହିଳା ଜଣକ ହ୍ୱାଟସଆପ୍ରେ ଭଏସ୍ କଲ୍ ଏବଂ ଭିଡିଓ କଲ୍ ମଧ୍ୟ କରିଥିଲେ।
ଏସବୁ କଥିତ ଫୋନ୍ କଲ୍ ଜରିଆରେ ମହିଳା ଜଣକ କହିଥିଲେ ଯେ, ସେ ପୋର୍ଟ ବ୍ଲେଅର୍ରେ ରୁହନ୍ତି ଏବଂ ସେ ଜଣେ ଏମ୍ବିବିଏସ୍ ଛାତ୍ରୀ। କଥା ଆଗକୁ ବଢ଼ିବା ପରେ ପାକିସ୍ତାନୀ ମହିଳା ଜଣକ ଧୀରେ ଧୀରେ ଭାରତୀୟ ସେନା ସହ ଜଡିତ ଏକ ଫଟୋ ଅଧିକାରୀଙ୍କ ଠାରୁ ମାଗିଥିଲେ। କେବଳ ଏତିକି ନୁହେଁ ସେ ଅଭିଯୁକ୍ତଙ୍କୁ ଜୟପୁରରେ ଭେଟିବାକୁ ଅନୁରୋଧ ମଧ୍ୟ କରିଥିଲେ। ଏଜେନ୍ସି କହିଛି ଯେ ସେ ତାଙ୍କ ଫଟୋ ମଧ୍ୟ ଅଭିଯୁକ୍ତଙ୍କ ନିକଟକୁ ପଠାଇଛନ୍ତି। ଏହି ଅଭିଯୋଗରେ ଭବରୀଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ-୧୯୨୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
The post ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍ରେ ଡାକସେବା ଅଧିକାରୀ, ଦେଇଦେଲେ ସେନାର ସିକ୍ରେଟ୍ ଡକ୍ୟୁମେଣ୍ଟ appeared first on Odisha Reporter.
from Odisha Reporter https://ift.tt/3A6jIjr
No comments:
Post a Comment