ୱାଶିଂଟନ: ଲୋକଙ୍କୁ କରୋନା ବିରୋଧରେ ବୁଷ୍ଟର ଡୋଜ୍ ନେବାକୁ ଅନୁମତି ଦେଇଛି ଆମେରିକା। ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ। ସେହିପରି କେବଳ ବୟସ୍କ ଓ ସଂକ୍ରମଣର ଅଧିକ ଆଶଙ୍କା ଥିବା ଲୋକମାନଙ୍କୁ ହିଁ ଫାଇଜର ଟିକାର ବୁଷ୍ଟର ଡୋଜ୍ ନେଇ ପାରିବେ ବୋଲି ଆମେରିକା ସରକାର କହିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ର ମୁଖ୍ୟମାନଙ୍କୁ ବୁଷ୍ଟର ଡୋଜ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା। ଏହାଦ୍ୱାରା ଗରିବ ରାଷ୍ଟ୍ରଗୁଡ଼ିକ ପାଇଁ ଟିକା ଉପଲବ୍ଧ ହୋଇ ପାରିବ ବୋଲି ହୁ’ ଆଶା କରିଥିଲା। ହେଲେ ଏହାକୁ ବେଖାତିର କରି ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ନିଜ ନାଗରିକଙ୍କ ପାଇଁ ବୁଷ୍ଟର ଡୋଜ୍ର ବ୍ୟବସ୍ଥା କରୁଛନ୍ତି। ଏଥିରେ ଏବେ ଆମେରିକା ଯୋଡ଼ି ହୋଇଯାଇଛି।
ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର କାର୍ଯ୍ୟକାରୀ ମୁଖ୍ୟ ଜାନେଟ ଉଡକୁକ କହିଛନ୍ତି, ସପଂର୍ଣ୍ଣ ଭାବେ ବୈଜ୍ଞାନିକ ପଦ୍ଧତି ଓ ବିର୍ତ୍ତମାନ ଉପଲବ୍ଧ ଥିବା ତଥ୍ୟକୁ ଆଧାର କରି ଏଫଡିଏ ବୁଷ୍ଟର ଡୋଜ ପାଇଁ ଅନୁମତି ଦେଇଛି। ୬୫ ବର୍ଷରୁ ଅଧିକ ବୟସ୍କ, ବହୁ ବିଧି ରୋଗରେ ଥିବା ପ୍ରାପ୍ତ ବୟସ୍କ ଓ ସଂକ୍ରମଣ ଆଶଙ୍କା ଥିବା ବିଭାଗରେ କାମ କରୁଥିବା ଲୋକମାନେ ଫାଇଜର ଟିକାର ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ଗୋଟିଏ ବିଶେଷଜ୍ଞ କମିଟି ବୁଷ୍ଟର ଡୋଜ୍କୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲା। ଏବେ ଏହା ଉପରେ ମୋହର ବାଜିଛି। ୧୬ ବର୍ଷରୁ ସମସ୍ତ ଅଧିକ ବୟସ୍କଙ୍କୁ ଫାଇଜର ଟିକାର ବୁଷ୍ଟର ଡୋଜ୍ ଦେବାକୁ ଦେଶରେ ଦାବି ହୋଇଥିଲା। କିନ୍ତୁ ଆମେରିକା ସରକାର କେବଳ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ର ବ୍ୟବସ୍ଥା କରିଛନ୍ତି। ବୁଷ୍ଟର ଡୋଜ୍ ଆମେରିକାର ପ୍ରାୟ ୪୨% ଲୋକ ନେବେ।
The post ଫାଇଜରକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ମିଳିଲା ଅନୁମତି appeared first on Odisha Reporter.
from Odisha Reporter https://ift.tt/3lNwmOt
No comments:
Post a Comment