କଟକ(ଓଡ଼ିଶା ରିପୋର୍ଟର): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ। ସାହାରା ଦେଇଥିବା ଏକମାତ୍ର ମଉସା ବି ଏବେ ଆର ପାରିବେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷିୟା ଶର୍ମିଷ୍ଠା ମହାପାତ୍ର ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଡିପ୍ଲୋମା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନାଥ ଝିଅ ଶର୍ମିଷ୍ଠା।
କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମାହାପାତ୍ର ଏଥିପାଇଁ ଖୁବ୍ ପରିଶ୍ରମ ବି କରୁଥିଲେ। ହେଲେ ଏଥିନିମନ୍ତେ ତାଙ୍କ ବହୁ ଝଡ଼ଝଞ୍ଜାର ସମ୍ମୁଖିନ ହେବାକୁ ପଡ଼ିଥିଲେ ବି ସେ ବାଟବଣା ହୋଇ ନ ଥିଲେ। ଆଉ ଶେଷରେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇ ପାରିଥିବା ଶର୍ମିଷ୍ଠା ନିଜ ସଫଳତାରେ ବେଶ୍ ଖୁସି ଅଛନ୍ତି। ହେଲେ ବାପାମା’ଙ୍କ ଇଚ୍ଛା ପୂରଣ କରିବାକୁ ଆଗକୁ ବି.ଟେକ କରି ଆଇଏଏସ୍ ହେବାକୁ ଲକ୍ଷ୍ୟ କରିଛନ୍ତି।
କଟକ ଜିଲ୍ଲା ନରସିଂପୁର ଅଞ୍ଚଳର ଶର୍ମିଷ୍ଠା ମହାପାତ୍ର । ବାପାମା’ଙ୍କ ଗୋଟିଏ ବୋଲି ଝିଅ ଶର୍ମିଷ୍ଠା ଜୀବନକୁ ଭଲ ଭାବେ ବୁଝିବା ଆଗରୁ ହାତ ଛାଡ଼ିଦେଲେ ବାପାମା’ । ଏହାପରେ ଏତେ ବଡ଼ ଦୁନିଆରେ କୁନି ଝିଅଟିର ସାହାରା ଥିଲେ ନିଜ ମଉସା । ପାଖରେ ରଖି ବାପା ମାଙ୍କ ଭଳି ସ୍ନେହ ଆଦର ଦେଉଥିଲେ, ପାଠ ପଢ଼ାଉଥିଲେ । ହେଲେ ଏହି ଖୁସି ବି ସହିଲା ନାହିଁ ଦଇବ । ଶର୍ମିଷ୍ଠା ଦଶମ ପଢ଼ିଲା ବେଳେ ମଉସା ବି ଶେଷରେ ଆଖି ବୁଜିଲେ।
ଏହାପରେ ସମ୍ପୂର୍ଣ୍ଣ ଅସହାୟ, ବେସାହାରା ହୋଇଯାଇଥିବା ଶର୍ମିଷ୍ଠାଙ୍କୁ ସହାୟ ହେଲା ଜିଲ୍ଲା ପ୍ରଶାସନ । ଏହାପରେ ସିଡ଼ବ୍ଲୁସି ସହାୟତାରେ ବିଡାନାସୀରେ ଥିବା ଶୋଭନିୟ ଶିକ୍ଷା ଆଶ୍ରମରେ ତାଙ୍କୁ ରଖା ଯାଇଥିଲା।ସେଠାରେ ରହି ପାଠ ପଢିବାର ସୁଯୋଗ ପାଇଥିଲେ ଶର୍ମିଷ୍ଠା । ଏପରିକି ବିନା କୌଣସି ସାହାଯ୍ୟରେ କଠିନ ପରିଶ୍ରମ, ନିଷ୍ଠା,ସାଧନା ବଳରେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହେବାର ଗୌରବ ହାସଲ କରିପାରିଛନ୍ତି। ଶର୍ମିଷ୍ଠାଙ୍କ ସଫଳତା ପାଇଁ ଗର୍ବ ଅନୁଭଵ କରୁଛନ୍ତି ଆଶ୍ରମର କର୍ମକର୍ତ୍ତା ଏବଂ ତାଙ୍କ ସହପାଠୀ ।
ଏନେଇ ଶର୍ମିଷ୍ଠା କହିଛନ୍ତି, ବାପାମା’ ଯିବା ପରେ ମଉସା ଚାଲିଗଲେ। ବହୁତ ଭାଙ୍ଗି ପଡ଼ିଥିଲି। ତା’ ପରେ ବିଡିଓଙ୍କ ସହଯୋଗରେ ଶୋଭନୀୟ ଶିକ୍ଷାଶ୍ରମରେ ପଢ଼ିଲି। ଏଠାରେ ଖୁବ ସହଯୋଗ ପାଇଲି। ବାପାମା’ଙ୍କ ପରି ସ୍ନେହ ବି କରୁଛନ୍ତି।
ଶୋଭନୀୟ ଶିକ୍ଷାଶ୍ରମ ସଂପାଦକ ଡକ୍ଟର ଅରୁନ୍ଧତୀ ଦେବୀ କହିଛନ୍ତି, କଅଁଳ ମନ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ରହିଛି ଅଦ୍ୟମ ଇଚ୍ଛା। ଡିପ୍ଲୋମା ପରେ ଆଇଏଏସ୍ ହେବା ପାଇଁ ଝିଅଟି ମନେ ମନେ ପଣ କରିଛି। କେବଳ ସେତିକି ନୁହେଁ, ତାକୁ ସାକାର କରିବାକୁ ପରିଶ୍ରମ ବି କରୁଛି।
The post କଅଁଳ ମନରେ ଦୁଃଖର ପାହାଡ଼, ତଥାପି ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ଶର୍ମିଷ୍ଠା appeared first on Odisha Reporter.
from Odisha Reporter https://ift.tt/3i1gdUC
No comments:
Post a Comment