ଭୁଲ୍‌ରେ ଆକାଉଣ୍ଟକୁ ଆସିଥିଲା ଟଙ୍କା: ଫେରାଇବାକୁ ମନା କଲେ, କହିଲେ- ପ୍ରଧାନମନ୍ତ୍ରୀ ପଠାଇଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

ଭୁଲ୍‌ରେ ଆକାଉଣ୍ଟକୁ ଆସିଥିଲା ଟଙ୍କା: ଫେରାଇବାକୁ ମନା କଲେ, କହିଲେ- ପ୍ରଧାନମନ୍ତ୍ରୀ ପଠାଇଛନ୍ତି

ପାଟନା: ବ୍ୟାଙ୍କର ଭୁଲ୍‌ ଯୋଗୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧.୬୧ ଲକ୍ଷ ଟଙ୍କା ଚାଲିଯାଇଥିଲା। ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଏବେ ଟଙ୍କା ଫେରାଇବାକୁ ମନା କରୁଛନ୍ତି। ସେ କହୁଛନ୍ତି ଯେ ଏହି ଟଙ୍କା ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଛନ୍ତି। ଆର୍ଥିକ ସହାୟତା ସ୍ୱରୂପ ପ୍ରଧାନମନ୍ତ୍ରୀ ତାଙ୍କ ପାଖକୁ ଏହି ଟଙ୍କା ପଠାଇଥିବା ସେ କହିଛନ୍ତି।

ଘଟଣାଟି ଘଟିଛି ବିହାରରେ। ମାନସୀ ବ୍ଲକ୍‌ ସ୍ଥିତ ଦକ୍ଷିଣ ଗ୍ରାମୀଣ ବ୍ୟାଙ୍କର ବଖ୍‌ତିୟାରପୁର ଶାଖାର ଜଣେ କର୍ମଚାରୀ ଭୁଲ୍‌ରେ ଖଗରିଆର ରଞ୍ଜିତ କୁମାର ଦାସଙ୍କ ଆକାଉଣ୍ଟକୁ ଆଉ ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ୧.୬୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ।

ନିଜ ଜମାଖାତାରେ ଏକାବେଳେ ଏତେ ଟଙ୍କା ଦେଖି ରଞ୍ଜିତ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ଭାବିଥିଲେ ସରକାରଙ୍କ ପକ୍ଷରୁ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଣ୍ଟରେ ଜମା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୌଣସି ଯୋଜନାରୁ ତାଙ୍କୁ ଏହି ଆର୍ଥିକ ସହାୟତା ମିଳିଥିବା ସେ ଭାବି ନେଇଥିଲେ। ସେ ଉକ୍ତ ଟଙ୍କାକୁ ଅଳ୍ପ ଅଳ୍ପ କରି ଉଠାଇ ନିଜ ଆବଶ୍ୟକତା ପୂରଣ କରି ଥିଲେ। ସେ ଉକ୍ତ ଜମା ଟଙ୍କାରୁ ଏକ ମୋଟା ଭାଗ ଖର୍ଚ୍ଚ କରିସାରିଛନ୍ତି।

ରଞ୍ଜିତଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିବାର ବେଶ୍ କିଛି ଦିନ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ତ୍ରୁଟି ଜାଣିପାରିଥିଲେ। ଏହା ପରେ ବ୍ୟାଙ୍କ କର୍ମଚାରୀ ରଞ୍ଜିତଙ୍କ ପାଖକୁ ଯାଇଥିଲେ ଓ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ତେବେ ରଞ୍ଜିତ ସେମାନଙ୍କୁ ଟଙ୍କା ଫେରସ୍ତ କରିବେ ନାହିଁ ବୋଲି ସଫାସଫା କହି ଦେଇଥିଲେ। ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଖକୁ ଏ ଟଙ୍କା ପଠାଇଛନ୍ତି।

ବ୍ୟାଙ୍କ କର୍ତ୍ତୃପକ୍ଷ ରଞ୍ଜିତଙ୍କ ନାଁରେ ନୋଟିସ୍ ଜାରି କରିଥିଲେ। ତଥାପି ସେ ଟଙ୍କା ଫେରାଇବାକୁ ମନା କରିଥିଲେ। ଏହା ପରେ ବ୍ୟାଙ୍କ ମ୍ୟାନେଜର ତାଙ୍କ ବିରୋଧରେ ମାନସୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ରଞ୍ଚିତଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ତାରା ଦେବୀ ନାମକ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଆକାଉଣ୍ଟରୁ ଏହି ଟଙ୍କା ରଞ୍ଜିତ ଆକାଉଣ୍ଟକୁ ଚାଲିଯାଇଥିଲା। ତାରା ଦେବୀ ଏ ବିଷୟରେ ଜାଣିବା ପରେ ତାଙ୍କ ପରିବାର ଲୋକେ ବ୍ୟାଙ୍କ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ତା’ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ସେମାନଙ୍କ ତ୍ରୁଟି ବୋଲି ଜାଣିବାକୁ ପାଇଥିଲେ ଓ ରଞ୍ଜିତଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ।

The post ଭୁଲ୍‌ରେ ଆକାଉଣ୍ଟକୁ ଆସିଥିଲା ଟଙ୍କା: ଫେରାଇବାକୁ ମନା କଲେ, କହିଲେ- ପ୍ରଧାନମନ୍ତ୍ରୀ ପଠାଇଛନ୍ତି appeared first on Odisha Reporter.



from Odisha Reporter https://ift.tt/3loiiuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages