ସଂପର୍କୀୟଙ୍କୁ ଷ୍ଟେସନ୍‌ରେ ଛାଡ଼ି ଫେରୁଥିବା ବେଳେ ପିଟି ଦେଲା ବସ୍‌, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ସଂପର୍କୀୟଙ୍କୁ ଷ୍ଟେସନ୍‌ରେ ଛାଡ଼ି ଫେରୁଥିବା ବେଳେ ପିଟି ଦେଲା ବସ୍‌, ୨ ମୃତ

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଜଣେ ସଂପର୍କୀୟଙ୍କୁ ଷ୍ଟେସନ୍‌ରେ ଛାଡ଼ି ଫେରୁଥିବା ବେଳେ ବସ୍ ପିଟି ଦେବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚିଚରଲା ଗାଁ ନିକଟରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା।

ମୃତକ ଦ୍ୱୟ ହେଲେ ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା। ସେମାନଙ୍କ ଘର ବେଲାମାଲ ଗାଁରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାରେ ଗତକାଲି ବିଳମ୍ବିତ ରାତିରେ ସେମାନେ ଜଣେ ସଂପର୍କୀୟଙ୍କୁ କେସିଙ୍ଗା ଷ୍ଟେସନ୍ ଛାଡ଼ିବାକୁ ଯାଇଥିଲେ। ସେଠାରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦିଲ୍‌ଖୁସ୍‌ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଏ ନେଇ କେସିଙ୍ଗା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଶବ ଦୁଇଟିକୁ ଜବତ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି ଓ ଘଟଣାର ତଦନ୍ତ କରୁଛି।

The post ସଂପର୍କୀୟଙ୍କୁ ଷ୍ଟେସନ୍‌ରେ ଛାଡ଼ି ଫେରୁଥିବା ବେଳେ ପିଟି ଦେଲା ବସ୍‌, ୨ ମୃତ appeared first on Odisha Reporter.



from Odisha Reporter https://ift.tt/2XYa199

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages