ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପ୍‌ଟେନ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା। କୋଲକାତା ହାଇକୋର୍ଟ ତାଙ୍କ ଉପରେ ୧୦,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ତାଙ୍କ ସହ ପଶ୍ଚିମବଙ୍ଗ ସରକାର ଏବଂ ଗୃହ ନିଗମ ହିଡ୍‌କୋ ଉପରେ ମଧ୍ୟ ୫୦,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ଭୁଲ୍‌ ଜମି ଆବଣ୍ଟନ ମାମଲାକୁ ନେଇ କୋର୍ଟ ଏହି ଫାଇନ୍‌ ଲଗାଇଛନ୍ତି।

ସୂଚନା ମୁତାବକ ସୌରଭ ଗାଙ୍ଗୁଲିଙ୍କୁ କ୍ରିକେଟ ଆକାଡେମୀ ଖୋଲିବା ପାଇଁ ପଶ୍ଚିମବଙ୍ଗ ସରକାରର ଆବାସ ନିଗମ ହିଡ୍‌କୋ ସଲ୍ଟଲେକର ସିଏ ବ୍ଲକରେ ଏକ ଜମି ଦେଇଥିଲା। କିନ୍ତୁ ବିବାଦ ପରେ ସୌରବ ଗାଙ୍ଗୁଲି ସେହି ଜମିକୁ ଫେରାଇ ଦେଇଥିଲେ। ଏହି ସମୟ ମଧ୍ୟରେ ସେହି ଜମିକୁ ନେଇ ଆଇନଗତ ସମସ୍ୟା ଦେଖାଦେଇଥିଲା। ବିନା ଟେଣ୍ଡରରେ ଉକ୍ତ ଜମି ସୌରଭ ଗାଙ୍ଗୁଲିଙ୍କୁ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ‘ସଲ୍ଟଲେକ୍ ହ୍ୟୁମାନିଟି’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାର ଶୁଣାଣି କରି ଆଜି କୋଲକାତା ହାଇକୋର୍ଟ ଉଭୟ ସୌରଭ ଗାଙ୍ଗୁଲି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଆବାସ ନିଗମ ଠାରୁ ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଦେଶ ସବୁବେଳେ ଖେଳାଳିଙ୍କ ପାଇଁ ଛିଡା ହୋଇଛି। ବିଶେଷକରି ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି। ଏହା ସତ୍ୟ ଯେ ସୌରଭ ଗାଙ୍ଗୁଲି କ୍ରିକେଟରେ ଦେଶ ପାଇଁ ଗୌରବ ଆଣିଛନ୍ତି, କିନ୍ତୁ ଯେତେବେଳେ ଆଇନ ଏବଂ ନିୟମ କଥା ଆସେ ସେତେବେଳେ ସମ୍ବିଧାନରେ ସବୁକିଛି ସମାନ। କେହି ମଧ୍ୟ ଆଇନ୍‌ ଉପର ନୁହନ୍ତି।

ସୂଚନା ମୁତାବକ, ୨୦୧୧ ମସିହାରେ ସୌରଭ ଗାଙ୍ଗୁଲିଙ୍କ ଶିକ୍ଷାନୁଷ୍ଠାନକୁ କୋଲକାତାର ନ୍ୟୁ ଟାଉନ୍ ଅଞ୍ଚଳରେ ପଶ୍ଚିମବଙ୍ଗ ସରକାର ଜମି ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟ ପାଇଁ ବିସିସିଆଇ ସଭାପତି ତଥା ଗାଙ୍ଗୁଲି ଶିକ୍ଷା ଏବଂ କଲ୍ୟାଣ ସମିତିକୁ ଦିଆଯାଇଥିବା ୨.୫ ଏକର ଜମି ଉପରେ ଏକ ଆବେଦନରେ ପ୍ରଶ୍ନ ଉଠାଯାଇଛି। ୨୦୧୬ରେ ଏହି ଜମି ଆବଣ୍ଟନକୁ ଚ୍ୟାଲେଞ୍ଜ କରି ଏକ ପିଏଲ୍ ଦାଖଲ କରାଯାଇଥିଲା।

The post ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା appeared first on Odisha Reporter.



from Odisha Reporter https://ift.tt/3CQmoTl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages