ନାଳରେ ପଡ଼ିଗଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ନାଳରେ ପଡ଼ିଗଲା କାର୍‌

ବାଙ୍କୀ (ଓଡ଼ିଶା ରିପୋର୍ଟର): ନାଳରେ ପଡ଼ିଗଲା କାର୍‌। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍‌ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ।

ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା ଏବଂ ଏହା ନାଳରେ ପଡ଼ି ଯାଇଥିଲା।

କାର୍‌ଟି ନାଳରେ ପଡ଼ିଯିବା ଦେଖି ଗାଁ ଲୋକେ ସେଠାରେ ସଙ୍ଗେ ସଙ୍ଗେ ରୁଣ୍ଡ ହୋଇଯାଇଥିଲେ। ସେମାନେ ମିଶି ପ୍ରଥମେ କାର୍‌ରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତା’ପରେ କାର୍‌ଟିକୁ ପାଣିରୁ ବାହାର କରିଥିଲେ। କାର୍‌ରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ହୋଇନାହିଁ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଥିବା ଜଣାପଡ଼ିଛି।

The post ନାଳରେ ପଡ଼ିଗଲା କାର୍‌ appeared first on Odisha Reporter.



from Odisha Reporter https://ift.tt/2XSoJ0E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages