ରାଜନୀତି ଛାଡି ଗୀତ ଗାଇଲେ ଅମରିନ୍ଦର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ରାଜନୀତି ଛାଡି ଗୀତ ଗାଇଲେ ଅମରିନ୍ଦର!

ଚଣ୍ଡିଗଡ: ପଞ୍ଜାବ ସରକାରରେ ଜାରି ରହିଛି ରାଜନୈତିକ ହଲଚଲ୍‌। କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଚରଣଜିତ ସିଂହ ଚନ୍ନି ସେଠାକାର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପଟନ ରାଜନୀତିରୁ ଟିକେ ଦୂରେଇ ଯାଇଛନ୍ତି। ସେ ରାଜନୀତି ଛାଡି ଫୁରସତରେ ଦେଖାଇଛନ୍ତି ନିଜ ସିଙ୍ଗିଙ୍ଗ ଜଲୱା। ଏକ ସମାରୋହରେ ସେ ଗାଇଛନ୍ତି ଗୀତ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶନିବାର ଚଣ୍ଡିଗଡ ସ୍ଥିତ ନିଜ ୧୯୪୭ ଏନ୍‌ଡିଏ (ନ୍ୟାଶନାଲ ଡିଫେନ୍ସ ଏକାଡେମୀ) କୋର୍ସର ବ୍ୟାଚ୍‌ମେଣ୍ଟ ସହ ଦେଖାସାକ୍ଷାତ କରିଥିଲେ। ଏହି ସମୟରେ ସେ ପୁରୁଣ ଗୀତକୁ ନେଇ ବେଶ୍‌ ଉତ୍ସାହିତ ହୋଇଥିଲେ। କଂଗ୍ରେସର ବରିଷ୍ଠ ନେତା ଶନିବାର ଦିନ ତାଙ୍କ ସେନା ସହକର୍ମୀଙ୍କ ସହ ରାତ୍ରୀ ଭୋଜନରେ ପୁରୁଣା ହିନ୍ଦୀ ଗୀତ ଗାଇଥିବା ନଜର ଆସିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

କ୍ୟାପଟେନଙ୍କ ମିଡିଆ ପରାମର୍ଶଦାତା ରବିନ ଠୁକରାଲ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଭିଡିଓରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ବଲିଉଡ ଗୀତ ‘ଓ ଗୋରେ ଗୋରେ…’ ଗାଉଥିବା ଶୁଣିବାକୁ ମିଳିଛି। ଏଥିସହ ତାଙ୍କର ଅନେକ ପୂର୍ବତନ ସହପାଠୀମାନେ ମଧ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ ଦେଇଥିବା ତାଙ୍କର ସହପାଠୀମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ଗୀତ ଗାଇଥିଲେ। ପ୍ରକୃତରେ ଅମରିନ୍ଦର ସିଂହଙ୍କ ସହ ଏହି ଭେଟ୍‌ଘାଟ ତାଙ୍କର ମୋହାଲି ସ୍ଥିତ ମହିନ୍ଦର ବାଗ୍‌ ଫାର୍ମହାଉସରେ ହୋଇଥିଲା।

ଗତ କିଛି ଦିନ ଧରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ନାଁ ଚର୍ଚ୍ଚାରେ ଅଛି। କଂଗ୍ରେସ ନେତା ନବଜୋତସିଂହ ସିଦ୍ଧୁ ଏବଂ ତାଙ୍କ ସହଯେଗୀଙ୍କ ସହ କନ୍ଦଳ ପରେ ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଅମରିନ୍ଦର ସିଂହ ସ୍ପଷ୍ଟ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ ସେ ପଞ୍ଜାବର ରାଜନୀତିରୁ ବିଦାୟ ନେଉଛନ୍ତି।

ତାଙ୍କ ଇସ୍ତଫା ପରେ ୫୮ ବର୍ଷୀୟ ଚରଣଜିତ ସିଂହ ଚନ୍ନି ପଞ୍ଜାବର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କସହ ଦୁଇ ଜଡ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ଓପି ସୋନି ମଧ୍ୟ ଶପଥ ନେଇଛନ୍ତି।

The post ରାଜନୀତି ଛାଡି ଗୀତ ଗାଇଲେ ଅମରିନ୍ଦର! appeared first on Odisha Reporter.



from Odisha Reporter https://ift.tt/2XKzsKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages