ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ବୁଲିଲା କଳାକନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ବୁଲିଲା କଳାକନା

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର।

ଗତକାଲି ରାତିରେ ଏହି ଘଟଣା ଘଟିଛି। ତିର୍ତ୍ତୋଲ ସରଣୀ ଛକ ନିକଟସ୍ଥ ତାଙ୍କ ଘରର ଝରକା ଭାଙ୍ଗି ଚୋରମାନେ ସୁନାଅଳଙ୍କାର ସହିତ ନଗଦ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ସ୍ୱର୍ଗତ ଅଶୋକ କୁମାର କାନୁନଗୋଙ୍କ ପୁଅ ସନ୍ତୋଷ ତିତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଚୋରମାନେ ଝରକା ତାଡ଼ି ଭିତରେ ପଶିବା ପରେ ଭିତର ପଟୁ କବାଟ ବନ୍ଦ କରି ସବୁ ଜିନିଷ ଲୁଟି ଫେରାର ହୋଇଯାଇଥିଲେ।

The post ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ବୁଲିଲା କଳାକନା appeared first on Odisha Reporter.



from Odisha Reporter https://ift.tt/3yOpVz7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages