ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବିଶେଷ କରି ଏହି ଖବର ତାଙ୍କ ଫ୍ୟାନ୍ମାନଙ୍କୁ ଶକ୍ତ ଆଘାତ ଦେଇଛି। ତାଙ୍କ ମୃତ୍ୟୁକୁ ଏବେବି ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କ ବାନ୍ଧବୀ ସେହନାଜ ଗିଳଙ୍କ ଅବସ୍ଥା ମଧ୍ୟ ନ କହିବା ଭଲ। ସେ ସିଦ୍ଧାର୍ଥଙ୍କୁ ଝୁରି ଝୁରି ଅବସ୍ଥା ଖରାପ କରି ସାରିଲେଣି। ସେପଟେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସହିପାରି ନାହାନ୍ତି ତାଙ୍କର ଜଣେ ଯୁବତୀ ଫ୍ୟାନ୍।
ଯୁବତୀ ଜଣକ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି କୋମାକୁ ଚାଲିଯାଇଛନ୍ତି। ତାଙ୍କ ହାତ ଗୋଡ ଅଚଳ ହୋଇଯାଇଛି। ସେ ହସ୍ପିଟାଲରେ ବେଡ୍ରେ ପଡି ରହିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ତାଙ୍କର ଜଣେ ବନ୍ଧୁ ଟୁଇଟର୍ରେ ଏହି ଫଟୋକୁ ଶେଆର କରିଛନ୍ତି।
ଏହି ଫଟୋକୁ ଶେଆର କରି ସେ ଲେଖିଛନ୍ତି, ‘ଶୀଘ୍ର ଠିକ୍ ହୋଇଯାଅ। ତାଙ୍କର ଅଧା ଶରୀର କୋମା ହୋଇଯାଇଥିବା ଡାକ୍ତର କହିଛନ୍ତି। ଅଧିକ ଚିନ୍ତା ଯୋଗୁଁ ତାଙ୍କର ଆଖି ଏବଂ ଶରୀରର ଅଙ୍ଗଗୁଡିକ ମଧ୍ୟ କାମ କରୁନାହିଁ । ମୁଁ ସମସ୍ତ ପ୍ରଶଂସକ ଏବଂ ସମର୍ଥକଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଉଛି। ଅଧିକ ଚିନ୍ତା କରନ୍ତୁ ନାହିଁ। ଅନ୍ୟ ଜିନିଷରେ ମନ ବଳାନ୍ତୁ। ମୁଁ ଜାଣେ ଏହା ସହଜ ନୁହେଁ, କିନ୍ତୁ ଆପଣଙ୍କୁ ସିଦ୍ଧାର୍ଥଙ୍କୁ ଯିବାକୁ ଦେବାକୁ ପଡିବ।’
ଏହି ଫଟୋରେ ଯୁବତୀ ଜଣକ ହସ୍ପିଟାଲ ବେଡ୍ରେ ଅଚେତ ଅବସ୍ଥାରେ ପଢ଼ିଥିବା ଦେଖିବାକୁ ମିଳିଛି। ଫଟୋଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଟେଲିଭିଜନ ଅଭିନେତ୍ରୀ କବିତା କୌଶିକ ମଧ୍ୟ ଏହାକୁ ରି-ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ‘କୋମାରେ ଥିବା ଆଇସିୟୁରେ ଜଣେ ପ୍ରଶଂସକଙ୍କ ଫଟୋ ଦେଖିଲି। ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକମାନେ ଦୟାକରି ନିଜର ଯତ୍ନ ନିଅନ୍ତୁ। ମୁଁ ତୁମକୁ ଅନୁରୋଧ କରୁଛି ତୁମ ପିତାମାତା ଏବଂ ପରିବାର ବିଷୟରେ ମଧ୍ୟ ଚିନ୍ତା କର। ସିଦ୍ଧାର୍ଥ ଏଥିରେ କଦାପି ଖୁସି ହେବେ ନାହିଁ, ତାଙ୍କୁ ସମ୍ମାନ ଦେବା ପାଇଁ, ଦୟାକରି ଦୃଢ଼ ହୁଅନ୍ତୁ ଏବଂ ପରସ୍ପରକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ।’
ସୂଚନା ମୁତାବକ, ସେପ୍ଟେମ୍ବର ୨ ତାରିଖରେ ବିଗ୍ ବସ୍-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ହୃଦ୍ଘାତ ଯୋଗୁଁ ତାଙ୍କ ପରଲୋକ ହୋଇଥିବା ଜଣାପଡିଥିଲା। ତାଙ୍କ ହଠାତ୍ ମୃତ୍ୟୁ ଖବର ବି-ଟାଉନ୍କୁ ଶକ୍ତ ଝଟ୍କା ଦେଇଥିଲା।
Getwell soon. Doctor said she is under partial coma due to excessive stress her pupil & limbs are not responding, i want every fan admires and supporters to stay calm, stop thinking much, and distract your mind, i knw its not easy. Bt u will have to let Sidharth go. Prayers pic.twitter.com/WbQ4MzsBB6
— Dr. Jayesh Thaker (@JThakers) September 3, 2021
Saw images of a fan in a coma in an icu,Please take care of yourselves all Sidharth and Shehnaaz fans, I sincerely request you to think of your parents and families too! Sidharth would never be happy with this, to pay him respect pls be strong and try to lift each other up now
— Kavita Kaushik (@Iamkavitak) September 4, 2021
The post ସହିପାରିଲେନି ସିଦ୍ଧାର୍ଥଙ୍କ ମୃତ୍ୟୁ, କୋମାରେ ଯୁବତୀ appeared first on Odisha Reporter.
from Odisha Reporter https://ift.tt/3yJo0f1
No comments:
Post a Comment