ଦିନ ମଜୁରିଆଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ଦିନ ମଜୁରିଆଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା

ପାଟନା: ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସୁଥିବା ଅନେକ ଘଟଣା ଆପଣ ଶୁଣିଥିବେ। ଟଙ୍କା ପାଉଥିବା ବ୍ୟକ୍ତି ମଧ୍ୟ ଏହାକୁ କେଉଁଠୁ ଆସିଛି, ସେକଥା ଜାଣି ପାରୁନାହାନ୍ତି। ଏହିକ୍ରମରେ ବିହାରର ଜଣେ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା ରହିଥିବା ଜଣାପଡ଼ିଛି।

ବିହାରର ସୁପଲ ସ୍ଥିତ ୟୁନିୟନ ବ୍ୟାଙ୍କରେ ଦିନ ମଜୁରିଆ ବିପିନ ଚୌହାନଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ରହିଛି। କିନ୍ତୁ ବିପିନ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କେବେ ହେଲେ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନଥିଲେ। ତଥାପି ୟୁନିୟନ ବ୍ୟାଙ୍କରେ କେମିତି ତାଙ୍କ ନାଁରେ ଆକାଉଣ୍ଟ ଖୋଲା ହେଲା ଓ ଏଥିରେ କିଏ ୯.୯୯ କୋଟି ଟଙ୍କା ରଖିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିହାରର ସୁପଲ ସହରର ସିସାଉନି ଅଞ୍ଚଳରେ ରହୁଥିବା ବିପିନ ଗୁରୁବାର ୟୁନିୟନ ବ୍ୟାଙ୍କର କଷ୍ଟମର ସର୍ଭିସ ପଏଣ୍ଟକୁ ଯାଇଥିଲେ। ସେଠାରେ ସେ ମନେରଗା ନିଯୁକ୍ତି କାର୍ଡ ଖୋଲିବାକୁ ଅଧିକାରୀଙ୍କୁ କହିଥିଲେ। ଏହାପରେ ସେମାନେ ବିପିନଙ୍କ ଆଧାର କାର୍ଡ ବ୍ୟବହାର କରି ତାଙ୍କ ଆର୍ଥିକ କାରବାର ଜାଣିବାକୁ କମ୍ପ୍ୟୁଟର୍‌ରେ ସର୍ଚ୍ଚ କରିଥିଲେ।

ଏହି ସମୟରେ ବିପିନ ଚୌହାନଙ୍କ ନାଁରେ ଗୋଟିଏ ଆକାଉଣ୍ଟ ପୂର୍ବରୁ ଖୋଲା ଯାଇଥିବା ଜଣାପଡ଼ିଥିଲା। ବିପିନଙ୍କ ନାଁ ଖୋଲା ଯାଇଥିବା ସେଭିଙ୍ଗ ଆକାଉଣ୍ଟରେ ୯.୯ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲା। ଯାଞ୍ଚ କରୁଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିଜେ ବିପିନ ଏକଥା ଦେଖି ସ୍ତବ୍ଧ ହୋଇଯାଇଥିଲେ।

ଚୌହାନ କହିଛନ୍ତି, “ଘଟଣା ଜଣାପଡ଼ିବା ପରେ ମୁଁ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲି। ସେମାନେ ଏହାପରେ ଆକାଉଣ୍ଟ ସମ୍ପର୍କରେ ଯାଞ୍ଚ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ ୨୦୧୬ ମସିହା ଅକ୍ଟୋବର ୧୩ରେ ଏହି ଆକାଉଣ୍ଟଟି ଖୋଲା ଯାଇଛି। ୨୦୧୭ ଫେବୃଆରୀ ମାସରେ ଏହି ଆକାଉଣ୍ଟ ଦ୍ୱାରା କୋଟି କୋଟି ଟଙ୍କା କାରବାର ହୋଇଛି।

ବ୍ୟାଙ୍କ ଅଧିକାରୀମାନେ ଆକାଉଣ୍ଟରୁ କୌଣସି ଫଟୋ, ଦସ୍ତଖତ କିମ୍ବା ଅଙ୍ଗୁଳି ଚିହ୍ନ ପାଇନାହାନ୍ତି। କେବଳ ମୋ ଆଧାର କାର୍ଡ ନମ୍ବର ମିଳିଛି। ବର୍ତ୍ତମାନ ମୋ ନାଁରେ ଥିବା ଆକାଉଣ୍ଟରେ ୯.୯୯ କୋଟି ଟଙ୍କା ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟ ଓପନିଂ ଫର୍ମ ଖୋଜିଥିଲେ ମଧ୍ୟ ଏହାକୁ ପାଇ ନଥିଲେ।”

ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣା ପରେ ଉକ୍ତ ଆକାଉଣ୍ଟକୁ ଫ୍ରିଜ କରି ଦେଇଛନ୍ତି। ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି। ଏହି ଆକାଉଣ୍ଟରୁ ଅନ୍ୟ କେଉଁ ଆକାଉଣ୍ଟକୁ ଟ୍ରାଞ୍ଜାକସନ ହୋଇଛି, ତା’ର ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ, ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏପରି କୋଟି କୋଟି ଟଙ୍କା ମିଳିବା ବିହାରରେ ନୂଆ ନୁହେଁ। ଏହାପୂର୍ବରୁ ମୁଜାଫରପୁରର ସିଙ୍ଗାରୀ ଗାଁରେ ରହୁଥିବା ରାମ ବାହାଦୂର ଶାହ ନାମକ ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରେ ୫୨ କୋଟି ଟଙ୍କା ଜମା ହୋଇଥିଲା।

ସେପ୍ଟେମ୍ବର ୧୫ରେ ଦୁଇ ଜଣ ଛାତ୍ରଙ୍କ ଆକାଉଣ୍ଟକୁ ଯଥାକ୍ରମେ ୬,୨୦,୧୧,୧୦୦ ଟଙ୍କା ଓ ୯୦,୫୨, ୨୧,୨୨୩ ଟଙ୍କା ଆସିଥିଲା। ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ଏହି ଦୁଇ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ସେଥିରୁ କୋଟି କୋଟି ଟଙ୍କା ମିଳିଥିଲା।

The post ଦିନ ମଜୁରିଆଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/3kER2ZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages