ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତକାଲି ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଆଜି ସିବିଆଇ ଗୋଟିଏ ଟିମ୍‌ ଗଠନ କରିଛି। ଏଥିସହ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଛି।

ଏବେ ସିବିଆଇର ତଦନ୍ତକାରୀ ଟିମ୍‌ରେ ଥିବା ସଦସ୍ୟମାନେ ଦିଲ୍ଲୀରୁ ପ୍ରାୟଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ସେଠାରେ ପହଞ୍ଚି ପୁଲିସ୍‌ ଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ହାସଲ କରିବେ। ସିବିଆଇ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ୬ ଜଣିଆ ଟିମ ଗଠନ କରିଛି।

ପୁଲିସ୍‌ ଠାରୁ ଦସ୍ତାବିଜ ପାଇବା ପରେ ସିବିଆଇ ପୂରା ଘଟଣାରେ ଗିରଫ ହୋଇଥିବା ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ମନ୍ଦିରର ପୂଜକ ଆଦ୍ୟଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।

ମହନ୍ତ ନରେନ୍ଦ୍ର ଗିରି ଜୀବନ ହାରିବା ପୂର୍ବରୁ ନିଜ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଲେଖିଥିଲେ। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ଜୀବନ ହାରୁଥିବା କଥା ଉଲ୍ଲେଖ କରିଥିଲେ। ସୋମବାର ସନ୍ଧ୍ୟାରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠ ସ୍ଥିତ ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ମହନ୍ତ ଗିରିଙ୍କୁ ଶେଷଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ।

ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଟ ନୋଟ ମିଳିଥିଲା। ଏଥିରେ ସେ ତାଙ୍କ ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। “ମୁଁ ସବୁବେଳେ ଆତ୍ମ ସମ୍ମାନର ସହ ବଞ୍ଚିଛି। ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ଜୀବନ ହାରୁଛି” ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଟ ନୋଟରେ ଲେଖିଥିଲେ।

The post ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/3o42AHO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages