ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା।  ମୁଖ୍ୟତଃ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ଏହି ପ୍ରଜାତିର ମଇଁଷିଙ୍କୁ ଗୃହପାଳିତ ପ୍ରାଣୀ ଭାବେ ରଖାଯାଏ।  ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ପକ୍ଷରୁ ମନ୍ଦା ମଇଁଷିକୁ ଦେଶର ୧୯ ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପ୍ରଦାନ କରାଯାଇଛି ।  ଏହାର ରେଜିଷ୍ଟ୍ରେଶନ ନମ୍ବର ହେଉଛି ‘INDIA_BUFFALO_1500_MANDA_01019’।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ(FARD) ଓ ଓଡ଼ିଶାର କୃଷି ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ଦ୍ୱାରା ୨୦୦୯ ମସିହାରେ ହୋଇଥିବା  ସର୍ଭେରେ ପ୍ରଥମେ ମନ୍ଦା ମଇଁଷିଙ୍କୁ ଚିହ୍ନଟ କରାଯାଇଥିଲା। ସେତେବଳେ ପ୍ରାଣୀ ସମ୍ପଦ ବିଭାଗର ଡାଇରେକ୍ଟର ଥିବା ବିଷ୍ଣୁପଦ ସେଠୀଙ୍କ ସମୟରେ ଏହି ସର୍ଭେ ହୋଇଥିବା ବେଳେ  OUATର ପ୍ରଫେସର ଥିବା ସୁଶାନ୍ତ କୁମାର ଦାଶ  ଏଥିରେ ସାମିଲ ହୋଇଥିଲେ।  ସର୍ଭେ  ଶେଷ ହେବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ଜାତୀୟ ପ୍ରାଣୀ ସମ୍ପଦ ବିଭାଗ (NBAGR)କୁ ପଠାଯାଇଥିଲା। ଏହାପରେ ଗଭୀର ଅଧ୍ୟୟନ ପରେ ଏହାକୁ ଜାତୀୟ ମାନ୍ୟତା ପ୍ରଦାନ କରାଯାଇଛି।

ଜାତୀୟ ମାନ୍ୟତା ମିଳିବା ପରେ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିତ ଭାବେ ଏହି ପ୍ରଜାତି ମଇଁଷିଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ଉପରେ ଧ୍ୟାନ ଦିଆଯିବ। ଏଥିସହ ସେମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଏହାବାଦ ଏହି ମଇଁଷିଙ୍କ ଦୁଗ୍ଧରୁ ପ୍ରସ୍ତୁତ  ଦହି, ଘିଅ ଆଦି ପାଇଁ ବଜାର ସୃଷ୍ଟି କରିବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଫଳରେ ଏହି ମଇଁଷି ପାଳନ କରୁଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ ।

ମୁଖ୍ୟତଃ ଏହି ମନ୍ଦା ମଇଁଷି ହେଉଛନ୍ତି  ଧୂସର ରଙ୍ଗର ।  କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ  ରହୁଥିବା ପ୍ରାୟତଃ ସବୁ ଆଦିବାସୀ ପରିବାର ଚାଷ ବାସ ତଥା କ୍ଷୀର ନିମନ୍ତେ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପାଇଁ କମ୍ ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ଅଧିକ ଆୟ ହୋଇଥାଏ ।

ମନ୍ଦା ମଇଁଷିର ବିଶେଷତ୍ୱ ହେଉଛି ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଅଧିକ । ସବୁ ପ୍ରକାର ପ୍ରତିକୂଳ ପରିବେଶରେ ବଂଚି ରହିବାର କ୍ଷମତା ରଖନ୍ତି । ପ୍ରାୟ ଜନ୍ମର ୪ ବର୍ଷ ପରେ ଏହି ମଇଁଷିମାନେ ପ୍ରଥମ ବାଛୁରୀ ଦେଇଥାନ୍ତି। ପ୍ରତି ଦେଢରୁ ୨ ବର୍ଷ ବ୍ୟବଧାନରେ ସେମାନେ ବାଛୁରୀ ଦେଇଥାନ୍ତି । ଏହି ମଇଁଷିଙ୍କ ଜୀବନ କାଳ ପ୍ରାୟ ୨୦ ବର୍ଷ ରହିଥାଏ।  ଏହି ମଇଁଷିର କ୍ଷୀର ମୋଟା, ଏଥିରେ ୮ ପ୍ରତିଶତ ଚର୍ବି ରହିଛି ।

ସମଗ୍ର ରାଜ୍ୟରେ ଏହି ପ୍ରଜାତିର ପ୍ରାୟ ଲକ୍ଷେରୁ ଅଧିକ ମଇଁଷି ଦେଖାଯାଇଥାନ୍ତି । ଗୋଟିଏ ମନ୍ଦା ମଇଁଷି ଦିନକୁ ୨ ରୁ ୩ ଲିଟର କ୍ଷୀର ଦେଇଥାଏ । ଯାହା କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହୋଇଥାଏ । ବର୍ତ୍ତମାନ ଏହି ମଇଁଷିକୁ ଜାତୀୟ ପ୍ରଜାତୀ ମାନ୍ୟତା ମିଳିବା ପରେ ଏହି କିସମ ମଇଁଷିର ଚାହିଦା ବଢ଼ିବା ନେଇ ଆଶା କରାଯାଉଛି ।

The post ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା appeared first on Odisha Reporter.



from Odisha Reporter https://ift.tt/3DTBjxo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages