କୋଲକାତା: ପଶ୍ଚିମବଙ୍ଗରେ ଜଣେ ବିଜେପି ସାଂସଦଙ୍କ ଘର ଉପରକୁ ବୋମାମାଡ଼ କରାଯାଇଛି। ଏହି ସାଂସଦଙ୍କ ନାଁ ଅର୍ଜୁନ ସିଂହ। ଆଜି ସକାଳେ ଏହି ଘଟଣା ଘଟିଛି।
କୋଲକାତା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଜଗତଦଲ ସ୍ଥିତ ସାଂସଦ ଶ୍ରୀ ସିଂହଙ୍କ ବାସଭବନରେ ଏହି ଘଟଣା ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ତାଙ୍କ ଘର ଉପରକୁ ଲକ୍ଷ୍ୟ କରି ତିନୋଟି ବୋମା ଫିଙ୍ଗା ଯାଇଥିଲା। ସେଗୁଡ଼ିକ ଘରର ଲୁହା ଗେଟ୍ରେ ବାଜି ଥିଲା।
ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ବେଳେ ସାଂସଦ ଶ୍ରୀ ସିଂହ ଘରେ ନଥିଲେ। ସେ ଦିଲ୍ଲୀରେ ଅଛନ୍ତି। ଆଜି ସେ ଫେରିବେ ବୋଲି ଜଣାପଡ଼ିଛି।
ଏହି ଘଟଣା ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି ବିଜେପି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ରାଜ୍ୟ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳର ପରିଣାମ।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।
The post ବିଜେପି ସାଂସଦଙ୍କ ଘର ଉପରକୁ ବୋମାମାଡ଼ appeared first on Odisha Reporter.
from Odisha Reporter https://ift.tt/2YvFyyR
No comments:
Post a Comment