ମାଞ୍ଚେଷ୍ଟର ଟେଷ୍ଟ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ମାଞ୍ଚେଷ୍ଟର ଟେଷ୍ଟ ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ବାତିଲ କରାଯାଇଛି। କରୋନା ଯୋଗୁଁ ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ସୂଚନା ମିଳିଛି। ଆଜି ପ୍ରଥମେ ମ୍ୟାଚ୍ ଖେଳାଯିବନି ବୋଲି ନିଷ୍ପତ୍ତି ହୋଇଥିଲା।  ପରେ ଉଭୟ ବୋର୍ଡ ସଂପୂର୍ଣ୍ଣ ମ୍ୟାଚ୍ ବାତିଲ ନେଇ ସହମତ ହୋଇଥିଲା।  ଏହାପରେ ପଞ୍ଚମ ଟେଷ୍ଟ ମ୍ୟାଚକୁ ସଂପୂର୍ଣ୍ଣ ରଦ୍ଦ କରିଦିଆଯାଇଛି। ମ୍ୟାଚ ବାତିଲ ପରେ ଭାରତ ସିରିଜ୍‌କୁ ୨-୧ରେ ଜିତିଛି ନେଇଛି।

ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା। ଭାରତୀୟ ଦଳର ଗତକାଲି ଟିମର ପ୍ରାକ୍ଟିସ ସେସନକୁ ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା । ହେଲେ ଆଜି ସମସ୍ତଙ୍କ ଆର୍‌ଟି ପିସିଆର୍‌ ରିପୋର୍ଟ ନେଗେଟିଗ୍‌ ଆସିଥିଲା। ତେଣୁ ମ୍ୟାଚ୍‌ ଖେଳାଯିବ ବୋଲି କୁହାଯାଉଥିଲା।

ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି। ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା। ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା। ଗୁରୁବାର ସକାଳେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳିଥିଲେ।

ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିଲା । ଲଣ୍ଡନର ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା। ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ରୋହିତ୍ ଶର୍ମାଙ୍କ ଶତକ ସାଙ୍ଗକୁ ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ୪୬୬ ରନ୍ କରି ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ବିନା ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। କିନ୍ତୁ ପରେ ଟିମ୍ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା।

The post ମାଞ୍ଚେଷ୍ଟର ଟେଷ୍ଟ ବାତିଲ appeared first on Odisha Reporter.



from Odisha Reporter https://ift.tt/3l9hJEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages