ପାକିସ୍ତାନର ନୂଆ ଚାଲ୍‌, ଆଫଗାନରେ ଚାଲିବ ପାକ୍‌ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ପାକିସ୍ତାନର ନୂଆ ଚାଲ୍‌, ଆଫଗାନରେ ଚାଲିବ ପାକ୍‌ ଟଙ୍କା

କାବୁଲ: ପାକିସ୍ତାନ ଖେଳିଲା ନୂଆ ଚାଲ୍‌। ପୂର୍ବରୁ ତାଲିବାନ ସରକାରକୁ ଖୁଲମଖୁଲା ସମର୍ଥନ କରୁଥିବା ପାକିସ୍ତାନ ଏବେ କରିବ ମୁଦ୍ରା ବ୍ୟାପାର। ଏଣିକି ଆଫଗାନିସ୍ତାନରେ ଚାଲିବ ପାକିସ୍ତାନୀ ଟଙ୍କା । ଏହାଦ୍ୱାରା ପାକିସ୍ତାନକୁ ବଡ଼ ଫାଇଦା ମିଳିବ ବୋଲି ଏହାର ଅର୍ଥ ମନ୍ତ୍ରୀ କହିଛନ୍ତି।

ଆଫଗାନିସ୍ତାନରେ ନୂତନ କାମଚଳା ଅସ୍ଥାୟୀ ସରକାରକୁ ସମଗ୍ର ବିଶ୍ୱ ଗ୍ରହଣ କରିପାରୁ ନ ଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ଖୁଲମଖୁଲା ସମର୍ଥନ ଦେବାରେ କେବେବି କଞ୍ଜୁସି କରିନି। ସବୁବେଳେ ତାଲିବାନ ସରକାର ସପକ୍ଷରେ ଯୁକ୍ତି ବାଢ଼ୁଥିବା ପାକିସ୍ତାନ ଏବେ ଏହି ଦେଶ ସହ ମୁଦ୍ରା ବ୍ୟାପାର କରିବ ବୋଲି ଜଣାଇଛି।

ପାକିସ୍ତାନର ଅର୍ଥ ମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନାରେ କହିଛନ୍ତି, ଆଫଗାନିସ୍ତାନ୍‌ର ଆର୍ଥିକ ସ୍ଥିତିକୁ ଟ୍ରାକ୍‌ ଉପରକୁ ଆଣିବାକୁ ପାକିସ୍ତାନ ସବୁବେଳେ ପ୍ରସ୍ତୁତ। ପାକ୍‌ ଏଥିପାଇଁ ନିଜର ଏକ ଟିମ୍‌ ବି ସେଠାକୁ ପଠାଇବ ।

ତାଲିବାନ ସରକାର ଗଠନ କରିବା ପରେ ଆନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଏହାକୁ ସହଯୋଗ କରିବା ବନ୍ଦ କରିଦେଇଥିବା ବେଳେ ବହୁ ଆନ୍ତରାଷ୍ଟ୍ରୀୟ ସଂସ୍ଥା ବି ସମାନ ପନ୍ଥା ଆପଣାଇଛନ୍ତି। ଏପରିକି ଆଫଗାନ ସମ୍ପତ୍ତିକୁ ବି ଫ୍ରିଜ୍‌ କରି ଦିଆଯାଇଛି। ଏଥିଯୋଗୁ ତାଲିବାନ ସରକାରକୁ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅପରପକ୍ଷେ, ଆଫଗାନିସ୍ତାନକୁ ସହଯୋଗର ହାତ ବଢ଼ାଉଥିବା ପାକିସ୍ତାନର ଆର୍ଥିକ ସ୍ଥିତି ବି ସେତେଟା ଭଲ ନାହିଁ। ୨୦୧୮-୧୯ରେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ହଠାତ୍‌ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା।   ପାକିସ୍ତାନ ଅର୍ଥ ମନ୍ତ୍ରୀ କହିଛନ୍ତି,  ପାକିସ୍ତାନରେ ଚଳିତ ବର୍ଷ ଜିଡିପି ଗ୍ରୋଥ ୪ ପ୍ରତିଶତ ଥିବା ବେଳେ ଏହାକୁ ୪.୮ କରାଯିବାକୁ ଟାର୍ଗେଟ ରଖାଯାଇଛି।   ଏବେ ପାକିସ୍ତାନରେ ଗୋଟିଏ ଡଲାରର ମୂଲ୍ୟ ୧୬୯ ଟଙ୍କା। ତେଣୁ ପାକିସ୍ତାନ ଆଫଗାନିସ୍ତାନ ସହ ବ୍ୟାପାର ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ଥିବା ବେଳେ ଖୁବ୍‌ ଶୀଘ୍ର ଏହାର ଫଳାଫଳ ବି ଜଣାପଡ଼ିଯିବ।

ଗତ ଗୁରୁବାର ପାକିସ୍ତାନ ବିଦେଶ ମନ୍ତ୍ରୀ ଦେଇଥିବା ଏକ ସାକ୍ଷାତକାରରେ ଆଫଗେନିସ୍ତାନର ସମ୍ପତିକୁ ଅନଫ୍ରିଜ୍‌ କରିଦେବା ଆବଶ୍ୟକ। ଏହାଦ୍ୱାରା ନୂତନ ଭାବେ ଶାସନ ଭାର ସମ୍ଭାଳିଥିବା ତାଲିବାନ ସରକାର ଏହାର ବ୍ୟବହାର କରି ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବ ବୋଲି କହିଥିଲେ ।

ତାଲିବାନ ସରକାର ଗଠନର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଚିଫ୍‌ ଫୈଜ ହମିଦ କାବୁଲ ଯାଇଥିଲେ। ତାଲିବାନ କ୍ଷମତାକୁ ଆସିବାରୁ ବହୁ ଆଫଗାନି ନାଗରିକ ଦେଶ ଛାଡ଼ି ପଳାଇଛନ୍ତି। ଏପରିକି ଦେଶରେ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଯୁବ ଗୋଷ୍ଠିଙ୍କ ଅଭାବ ଦେଖାଦେଇଛି। ଏହି ସମସ୍ୟା ଦୂର କରିବାରେ ପାକିସ୍ତାନ ଆଫଗାନିସ୍ତାନର ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ଆଫଗାନିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଦେଶ ଛାଡ଼ି ପଳାଇଥିବା ନାଗରିକଙ୍କୁ ପୁଣି ଥରେ ଦେଶ ଫେରିବାକୁ ନିବେଦନ କରିଛନ୍ତି। ତାଲିବାନ ସରକାର ସେମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ନେଉଛି, ସେମାନଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଯିବନି ବୋଲି ସେ କହିଛନ୍ତି। ଆଫଗାନିସ୍ତାନକୁ ବିଦେଶୀ କବଳରୁ ମୁକ୍ତ କରିବାକୁ ଆମକୁ ବହୁ ରକ୍ତ ବୁହାଇବାକୁ ପଡ଼ିଛି, ବହୁ ମୂଲ୍ୟ ଦେବାକୁ ପଡ଼ିଛି। ଏବେ ଆଉ ଏପରି ହେବନି। ଦେଶରେ ସଂଘର୍ଷର ସମୟ ଶେଷ ହେଲା । ଆମେ ସର୍ବକ୍ଷମା ଦେଇ ସାରିଛୁ। କାହା ଉପରେ ଆକ୍ରୋଶ ରଖିନୁ। ଆମ ଆନ୍ଦୋଳନ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରୀତ ଓ ଅନୁଶାସିତପୂର୍ଣ୍ଣ ଅଟେ। ତେଣୁ ଦେଶ ଛାଡ଼ି ଚାଲି ଯାଇଥିବା ନାଗରିକ ପୁଣି ଥରେ ଫେରି ଆସନ୍ତୁ ବୋଲି ସେ ଅଫିଲ୍‌ କରିଛନ୍ତି।

The post ପାକିସ୍ତାନର ନୂଆ ଚାଲ୍‌, ଆଫଗାନରେ ଚାଲିବ ପାକ୍‌ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3nlqfn4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages