ଖଡ଼ିଆଳ(ଓଡ଼ିଶା ରିପୋର୍ଟର): ରାସ୍ତାରେ ଖେଳୁ ଖେଳୁ ବାରୁଦ ବୋଝେଇ ଗାଡ଼ି ସାମନାକୁ ଚାଲି ଆସିଲା ୪ ବର୍ଷ ଶିଶୁ। ଦୁର୍ଘଟଣାରେ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ। ଏପରି ଦୁଃଖଦ ଘଟଣା ଆଜି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତୁକଲା କଲେଜ ଛକପଡାରେ ଘଟିଛି। ମୃତ ଶିଶୁ ହେଲେ ମଧୁ ନାଏକ ଓ ନଳିନୀ ନାଏକଙ୍କ ୪ ବର୍ଷର ଶିଶୁ।
ସୂଚନାଯୋଗ୍ୟ, ଆଜି ସକାଳେ ଶିଶୁଟି ରାସ୍ତାରେ ଖେଳୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବାର ଏକ ବାରୁଦ ବୋଝେଇ ୪୦୭ ଗା଼ଡି ତାକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ଛୁଆଟିକୁ ଖଡ଼ିଆଳ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।
ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସେଠାକାର ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଖ଼ଡିଆଳ ଭବାନୀପାଟଣା ରାଜ୍ୟ ରାଡପଥ ୧୬ର ତୁକଲା କଲେଜ ଛକଠାରେ ରାସ୍ତା ଅବରୋଧ କରିଥିଲେ । ଗା଼ଡି ଡ୍ରାଇଭରକୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରକୁ ଘର ଯୋଗାଣ, ରାସ୍ତାରେ ବ୍ରେକ ନିର୍ମାଣ ଜିଦ୍ରେ ଲୋକେ ଅଡ଼ି ବସିଥିଲେ। ଖ଼ଡିଆଳ ଆଇଆଇସି ଉତ୍ତ୍ୟକ୍ତ ଲୋକଙ୍କ ସହ ବୁଝାସୁଝା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।
The post ଖେଳୁ ଖେଳୁ ବାରୁଦ ବୋଝେଇ ଗାଡ଼ି ସାମନାକୁ ଆସିଗଲା ୪ ବର୍ଷର ଶିଶୁ appeared first on Odisha Reporter.
from Odisha Reporter https://ift.tt/3n3bYuT
No comments:
Post a Comment