ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ଦୁଇ ଜଣ ଶିଶୁ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁଦ୍ୱୟ ହେଲେ ମାଡକାମି ର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ।

ସୂଚନା ଅନୁଯାୟୀ, ଉଭୟ ଆଜି ସକାଳେ ଘର ନିକଟରେ ଖେଳୁଥିଲେ । ମାତ୍ର  ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗାଁ ପୋଖରୀରେ ଖୋଜାଖୋଜି କରି ସେଠାରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି appeared first on Odisha Reporter.



from Odisha Reporter https://ift.tt/3toXmHD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages