ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌, ଦୂର ହୋଇଯିବ ନେଗେଟିଭିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌, ଦୂର ହୋଇଯିବ ନେଗେଟିଭିଟି

ଘର ସାଜସଜ୍ଜା ନିମନ୍ତେ ଏବେ ୱିଣ୍ଡ୍‌ ଚାଇମ୍‌ର ଚାହିଦା ବେଶି। ସାଧାରଣତଃ ପେଙ୍ଗୁଶୁଇରେ ଏହାକୁ ଶୁଭ ବୋଲି ଧରା ଯାଉଥିବା ବେଳେ ଏହାର ରୁଣୁଝୁଣ ଶବ୍ଦରେ ଘରର ନକରାତ୍ମକ ଶକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି। ପେଙ୍ଗଶୁଇ ଅନୁଯାୟୀ,  ୱିଣ୍ଡ୍‌ ଚାଇମ୍ ଲଗାଇବା ଦ୍ୱାରା ଘରର ଉନ୍ନତି ହୋଇଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ହସଖୁସି ଭରି ଯାଇଥାଏ।

ଛୋଟ ଛୋଟ ଘଣ୍ଟିରେ ତିଆରି ହୋଇଥିବା ୱିଣ୍ଡ୍‌ ଚାଇମ୍ ଦେଖିବାକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଯେ କେହି ପ୍ରଥମ ଦେଖାରେ ଏହା ପ୍ରେମରେ ପଡ଼ିଯାଏ। ଏହାକୁ ଘରର ମୁଖ୍ୟ ଦ୍ୱାର, ଅନ୍ୟ ଦ୍ୱାର ତଥା ଝରକାରେ ଲଗା ଯାଇଥାଏ।  ଆଜି ଜାଣିବା ଏହାକୁ ଘରେ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

 –ଘରେ ୱିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ଘରର ନେଗେଟିଭିଟି ଦୂର ହୋଇଥାଏ। ଏହାଦ୍ୱାରା ଘରେ ସକରାତ୍ମକ ଏନର୍ଜୀ ଉତ୍ପନ ହୋଇଥାଏ।

 –ପେଙ୍ଗଶୁଇ ଅନୁଯାୟୀ, ୱିଣ୍ଡ ଚାଇମ୍‌ର ଶବ୍ଦ ଘରେ ଗୁଞ୍ଜରିତ ହେବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ  ସମ୍ପର୍କରେ ମଧୁରତା ଭରି ଯାଇଥାଏ।

 – ପେଙ୍ଗଶୁଇ ଅନୁଯାୟୀ, ୫ କିମ୍ବା ୭ ରଡ ବିଶିଷ୍ଟ ୱିଣ୍ଡ ଚାଇମ୍‌କୁ ଗୁଡଲକ୍‌ ବୋଲି ବିଶ୍ୱାସ୍‌ କରିଥାନ୍ତି ଲୋକ। ଏହାକୁ ଘରେ ଲଗାଇବା ଦ୍ୱାରା ଭାଗ୍ୟଦୋୟ ହୋଇଥାଏ।

 –ଘରେ ୱିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

 –ହେଲେ ପ୍ଲାଷ୍ଟିକରେ ତିଆରି ପେଙ୍ଗଶୁଇକୁ ଅଶୁଭ ବୋଲି ଧରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

 –ଘରର ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରେ ଧାତୁରେ ନିର୍ମିତ ୱିଣ୍ଡ ଚାଇମ୍‌ ଲଗାଇବାକୁ ଶୁଭ ବୋଲି ଧରାଯାଏ। ଏହାବାଦ ଦକ୍ଷିଣ ପୂର୍ବ କିମ୍ବା ଦକ୍ଷିଣ ଦିଗରେ କାଠ କିମ୍ବା ବାଉଁଶରେ ତିଆରି ୱିଣ୍ଡ ଚାଇମ୍‌କୁ ଲଗାଯାଇପାରେ।

The post ଘରେ ଲଗାନ୍ତୁ ୱିଣ୍ଡ୍‌ ଚାଇମ୍‌, ଦୂର ହୋଇଯିବ ନେଗେଟିଭିଟି appeared first on Odisha Reporter.



from Odisha Reporter https://ift.tt/2Z2PZKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages