ଭାସିଯାଇଥିଲେ ବାପ-ପୁଅ, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

ଭାସିଯାଇଥିଲେ ବାପ-ପୁଅ, ମିଳିଲା ମୃତଦେହ

ଯାଜପୁର (ଗୁଲାମ ଗସ୍): ଗତକାଲି ବନ୍ୟା ଜଳରେ ଭାସିଯାଇଥିଲେ ବାପ-ପୁଅ। ଆଜି ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବଳିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁରେ। ମୃତକ ଦ୍ୱୟ ହେଲେ କିଶୋର ସିଂ ଓ ତାଙ୍କ  ପୁଅ କୈଳାସ।

ଗତକାଲି  କିଶୋର ପଡ଼ୋଶୀ ଗାଁରୁ ନିଜ ଗାଈ ଧରି ଘରକୁ ଫେରୁଥିଲେ। ତେବେ ଘରଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବନ୍ୟା ଜଳରେ ସେ ଭାସି ଯାଇଥିଲେ। ନିଜ ଘର ଛାତ ଉପରୁ ଥାଇ ପୁଅ କୈଳାସ ବାପା ଭାସି ଯାଉଥିବା ଦେଖି ମା’ଙ୍କୁ ଡାକ ପକାଇଥିଲେ।  ପରେ ବାପାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ତେବେ ସେ ମଧ୍ୟ ଗାଈ ସହ ଭାସି ଯାଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାପ-ପୁଅଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା। ଆଜି ସକାଳେ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ପରେ ଲୋକଙ୍କ ସହାୟତାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

The post ଭାସିଯାଇଥିଲେ ବାପ-ପୁଅ, ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3EqAexw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages