କା’ ସଚିବରେ ଚାଲିଛି ରାଜ୍ୟର ୧୨ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

କା’ ସଚିବରେ ଚାଲିଛି ରାଜ୍ୟର ୧୨ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି । ଏହି ବିଭାଗଗୁଡ଼ିକ ଅତିରିକ୍ତ ଦାୟିତ୍ୱରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୂଚନା ଦେଇଛନ୍ତି।

ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି, ମାତ୍ର ଅନ୍ୟ ବିଭାଗର ସଚିବମାନେ ଏହି ଦାୟିତ୍ୱରେ ଅଛନ୍ତି। ୫ବର୍ଷରୁ ଅଧିକ ସମୟ ଧରି ୨ଜଣ ସଚିବ ୩ଟି ବିଭାଗର ଦାୟିତ୍ୱରେ ରହିଛନ୍ତି। ବିଜୟ ଅରୋରା ଏବେ ସରକାରୀ ଉଦ୍ୟୋଗ ବିଭାଗ ଏବଂ ଜି ମାଥିଭାଥାନନ୍ ସଂସଦୀୟ ବ୍ୟାପାର ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ରହିଛନ୍ତି । ପ୍ରଶାସନିକ ଆବଶ୍ୟକତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ସଚିବଙ୍କୁ ବଦଳି କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମୋଟ ୪୦ଟି ବିଭାଗ ମଧ୍ୟରୁ ୧୨ଟି ବିଭାଗକୁ ଅତିରିକ୍ତ ଦାୟିତ୍ୱରେ ସଚିବମାନେ ସମ୍ଭାଳୁଥିବାବେଳେ ୪ଜଣ ମୁଖ୍ୟ ସଚିବ ପାହ୍ୟାର ଅଫିସର ଏବେ ମଧ୍ୟ ବିଭାଗ ଦାୟିତ୍ୱରେ ରହିଛନ୍ତି।

The post କା’ ସଚିବରେ ଚାଲିଛି ରାଜ୍ୟର ୧୨ ବିଭାଗ appeared first on Odisha Reporter.



from Odisha Reporter https://ift.tt/38Lttrl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages