ବାଡ଼ ଡେଇଁବାକୁ ଲମ୍ବା ଲାଇନ୍‌! ‘ଟିଏମ୍‌ସି ସଂପର୍କରେ ୨୪ ବିଜେପି ବିଧାୟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ବାଡ଼ ଡେଇଁବାକୁ ଲମ୍ବା ଲାଇନ୍‌! ‘ଟିଏମ୍‌ସି ସଂପର୍କରେ ୨୪ ବିଜେପି ବିଧାୟକ’

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମ୍‌ସି ପୁଣି ଥରେ ମୁହାଁମୁହିଁ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିରେ ଦେଖାଇଥିଲା ହଲଚଲ। ବଡ଼ ବଡ଼ ନେତା ବାଡ଼ ଡେଇଁ ବିଜେପିର ହାତ ଧରିଥଲେ। କିନ୍ତୁ ଏବେ ପୁଣି ଓଲଟା ଗଙ୍ଗା ବହିବାରେ ଲାଗିଛି। ଅର୍ଥାତ କିଛି ବଡ଼ ବଡ଼ ନେତା ଏବେ ବିଜେପି ହାତ ଛାଡ଼ି ଟିଏମ୍‌ସିରେ ସାମିଲ ହେବାକୁ ମନ ବଳାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ସେମାନେ ବିଶ୍ୱାସ ବ୍ୟକ୍ତ କରୁଛନ୍ତି। ଯାହା ବିଜେପିକୁ ଏକ ବଡ଼ ଧରଣ ଝଟ୍‌କା ଦେଇପାରେ ବୋଲି ଆଶା କରାଯାଉଥିବା ନେଇ ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟ ଦାବି କରିଛନ୍ତି।

ମୁକୁଲ ରୟ କହିଛନ୍ତି, ୨୪ ଜଣ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଟିଏମ୍‌ସିରେ ଯୋଗ ଦେବାକୁ ଚାହୁଁଥିବା ବିଜେପି ନେତା ଓ ବିଧାୟକଙ୍କ ଲମ୍ବା ଲାଇନ୍ ଲାଗିଥିବା ସେ ଦାବି କରିଛନ୍ତି।

ସୂଚନା ମୁତାବକ, ଚଳିତ ବର୍ଷ ଜୁନ୍‌ରେ ମୁକୁଲ ରାୟ ନିଜେ ବିଜେପି ଛାଡ଼ି ପୁଣି ଟିଏମ୍‌ସିକୁ ଫେରିଥିଲେ। ସେ ଚାରି ବର୍ଷ ପୂର୍ବେ ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ତେବେ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସେ ପୁଣି ମମତା ବାନାର୍ଜୀଙ୍କ ଶରଣରେ ପଶିଛନ୍ତି।

ଗତ  ଚାରି ସପ୍ତାହ ମଧ୍ୟରେ ସୌମେନ ରୟ, ବିଶ୍ୱଜିତ ଦାସ ଏବଂ ତନ୍ମୟ ଘୋଷ ସମେତ ଚାରି ବିଜେପି ବିଧାୟକ ଟିଏମ୍‌ସିରେ ସାମିଲ ହୋଇସାରିଲେଣି। ଏସମସ୍ତ ନେତା ମୁକୁଲ ରୟଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ମୁକୁଲ ରୟଙ୍କ ଯୋଗୁଁ ହିଁ ଏ ଚାରିଜଣ ବିଧାୟକ ବିଜେପିରେ ସାମିଲ ହୋଇଥିଲେ।

ଏବେ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୧କୁ ହ୍ରାସ ପାଇଛି। ଏହାକୁ ନେଇ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ତେବେ ନିର୍ବାଚନ ପୂର୍ବରୁ ପୁଣି ବାଡ଼ ଡିଆଁ ଆରମ୍ଭ ହୋଇଛି, ଯାହ ଦଳ ପାଇଁ ଚିନ୍ତାର କରଣ ପାଲଟିଛି।

The post ବାଡ଼ ଡେଇଁବାକୁ ଲମ୍ବା ଲାଇନ୍‌! ‘ଟିଏମ୍‌ସି ସଂପର୍କରେ ୨୪ ବିଜେପି ବିଧାୟକ’ appeared first on Odisha Reporter.



from Odisha Reporter https://ift.tt/3yKqjyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages