ସମ୍ବଲପୁର( ଓଡ଼ିଶା ରିପୋର୍ଟର): ରାତି ପାହିଲେ ପଶ୍ଚିମ ଓଡ଼ିଶାର ବଡ ପର୍ବ ନୂଆଖାଇ। ସମଗ୍ର ପଶ୍ଚିମ ଓଡ଼ିଶାରେ ବେଶ୍ ଉତ୍ସାହର ସହ ଏହି ପର୍ବ ପାଳିତ ହୋଇଥାଏ। ଆସନ୍ତାକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନିକଟରେ ନବାନ୍ନ ମଧ୍ୟ ଲାଗି ହେବ।
ଏହି ଅବସରରେ କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କ ଦର୍ଶନ କରିବେ। ଭକ୍ତମାନଙ୍କ ଭିଡ଼କୁ ନଜରରେ ରଖି ମା’ଙ୍କର ଦର୍ଶନ ସମୟକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ ।
ନୂଆ ଖାଇ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ। ଏହି ଅବସରରେ ପୂରା ପରିବାର ଏକତ୍ରିତ ହୋଇଥାନ୍ତି। ଏହାକୁ ଧୁମଧାaରେ ପାଳନ କରିବାକୁ ଗାଁଠୁ ସହର ଚାରିଆଡ଼େ ଜୋରସୋର ପ୍ରସ୍ତୁତି ଚାଲିଛି। ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଛନ୍ତି। ଏଥିପାଇଁ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଛି। ଏହାବାଦ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ମଧ୍ୟ ଅସମ୍ଭବ ଗହଳି ହେଉଛି।
The post ରାତି ପାହିଲେ ନୂଆଖାଇ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ appeared first on Odisha Reporter.
from Odisha Reporter https://ift.tt/2YzYOLE
No comments:
Post a Comment