ନୂଆଦିଲ୍ଲୀ: ଏଥର ଥରିବେ ଶତ୍ରୁପକ୍ଷ। ଭାରତୀୟ ସେନା ଆଗରେ ହୋଇଯିବେ ଭୟଭିତ। ବଢ଼ିଲା ଭାତରୀୟ ବାୟୁସେନାର ଶକ୍ତି। ମିଳିଲା ମିସାଇଲ୍ ସିଷ୍ଟମ ଏମ୍ଆର୍ଏସ୍ଏଏମ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟମ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ (MRSAM) ର ପ୍ରଥମ ୟୁନିଟ୍କୁ ଜୟସଲମର IAF ଜାହାଜରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ବ୍ୟାସାର୍ଦ୍ଧରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ହେବ।
ଏହି ମିସାଇଲ୍ ସିଷ୍ଟମରେ ଉନ୍ନତ ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ, ମୋବାଇଲ୍ ଲଞ୍ଚର୍ ଏବଂ ରେଡିଓ ଫ୍ରିକ୍ୱେନ୍ସି ସ୍ପିକର ମଧ୍ୟ ରହିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଇସ୍ରାଏଲର IAI ମିଳିତ ଭାବେ ଏହି କ୍ଷେପଣାସ୍ତ୍ରକୁ ତିଆରି କରିଛି। ଏମ୍ଆର୍ଏସ୍ଏଏମ୍କୁ ଭାରତର ତିନି ସେନା ବ୍ୟବହାର କରିବେ।
ଏହି ମିସାଇଲ୍ ସିଷ୍ଟମ ଯେ କୌଣସି ବି ଯୁଦ୍ଧ ବିମାନ, ହେଲିକପ୍ଟର, ୟୁଏଭି, ସବସୋନିକ ଏବଂ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରେ। ଏହି କ୍ଷେପଣାସ୍ତ୍ର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ରକେଟ୍ ମୋଟର ସାହାଯ୍ୟରେ ପରିଚାଳିତ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘ବାୟୁସେନାକୁ ଏମଆରଏସଏମ ହସ୍ତାନ୍ତର କରି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛୁ। ଏହି ଏୟାର ସିଷ୍ଟମ ଡିଫେନ୍ସ ଏକ ଗେମ୍ ଚେଞ୍ଜର ରୂପେ ପ୍ରମାଣିତ ହେବ।’
ସେ ଆହୁରି କହିଛନ୍ତି, ‘କୌଣସି ବି ଚେତବାନୀ ସହ ଲଢ଼ିବା ପାଇଁ ଦେଶର ସୁରକ୍ଷା ଢ଼ାଞ୍ଚାକୁ ଲଗାତର ମଜଭୁତ କରାଯାଉଛି। ଏକ ଶକ୍ତିଶାଳୀ ସେନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଦେଶର ସୁରକ୍ଷା ତଥା ସାମଗ୍ରିକ ବିକାଶ ପାଇଁ ସରକାର ସବୁ ଚେଷ୍ଟା କରୁଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଭାରତ ଖୁବ ଶୀଘ୍ର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ସହିତ ପ୍ରତିରକ୍ଷା ପ୍ରଣାଳୀର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ।’
Today, the air defence missile (MRSAM) System was handed to Indian Air Force at an induction ceremony in Jaisalmer. The induction of MRSAM system will prove to be a game changer in strengthening India’s defence. https://t.co/wriBsjub8C pic.twitter.com/rbGYnFl1Bd
— Rajnath Singh (@rajnathsingh) September 9, 2021
The post ଥରିବେ ଶତ୍ରୁପକ୍ଷ, ବାୟୁସେନାକୁ ମିଳିଲା ମିସାଇଲ ସିଷ୍ଟମ MRSAM appeared first on Odisha Reporter.
from Odisha Reporter https://ift.tt/3lervp0
No comments:
Post a Comment