ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିଲେ। ଏହି ଗସ୍ତ ବେଳେ ସେ ଶନିବାର ଦିନ ମିଳିତ ଜାତିସଂଘର ମହାସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମ୍ବୋଧନକୁ ବିଜେପି ପ୍ରଶଂସା କରିଥିବା ବେଳେ କଂଗ୍ରେସ କିନ୍ତୁ ଟାର୍ଗେଟ କରିଛି। ମୋଦିଙ୍କ ଭାଷଣକୁ ନେଇ ବାଣ ମାରିଛନ୍ତି କଂଗ୍ରେସ ନତୋ ପି.ଚାଦାମ୍ବରମ।
କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି.ଚିଦାମ୍ବର ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଳିତ ଜାତିସଂଘର ମହାସଭାରେ ମୋଦି ଭାଷଣ ଦେଉଥିବା ବେଳେ କେବଳ କିଛି ଲୋକ ହିଁ ଉପସ୍ଥିତ ଥିଲେ। ଅନେକ ସିଟ୍ ଖାଲି ପଡିଥିଲା। ଏପରିକି ତାଙ୍କ ଭାଷଣ ଶୁଣି କେହି ମଧ୍ୟ ତାଳି ମାରିନଥିଲେ ବୋଲି ସେ କହିଛନ୍ତି।
I was disappointed that only a few seats were occupied when PM Modi addressed the U N General Assembly
And even more disappointed that no one applauded
INDIA’s Permanent Mission at the UN has goofed up massively
— P. Chidambaram (@PChidambaram_IN) September 26, 2021
ଚିଦାମ୍ବରମ ଆହୁରି ଲେଖିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ, ସେତେବେଳେ ମୁଁ ବହୁତ ନିରାଶ ହୋଇଥିଲି। କେବଳ କିଛି ସିଟ୍ ପୂରଣ ହୋଇଥିବା ଦେଖି ମୋତେ ଖରାପ ଲାଗିଛି। ଏହା ଆହୁରି ନିରାଶାଜନକ ଥିଲା ଯେତେବେଳେ କେହି ମଧ୍ୟ କରତାଳି ଦେଇନଥିଲେ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଗଡବଡ ହୋଇଯାଇଛି ବୋଲ କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି।
ସେପଟେ କଂଗ୍ରେସ ନେତା କପିଲ ସିବଲ ମଧ୍ୟ UNGAରେ ମୋଦିଙ୍କ ଭାଷଣକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସିବଲ ଟୁଇଟ କରି କହିଛନ୍ତି, ‘ମିଳିତ ଜାତିସଂଘର ମହାସଭାରେ ମୋଦି ଭାରତକୁ ମଦର ଅଫ୍ ଅଲ୍ ଡେମୋକ୍ରସି ବୋଲି ବର୍ଣ୍ଣନା କରିଥିଲେ। ମୁଁ ଆଶା କରୁଛି ଯୋଗୀ ଜୀ (ୟୁପି ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥ) ଏବଂ ହିମନ୍ତ ବିଶ୍ୱ ଶର୍ମା (ଆସାମ ମୁଖ୍ୟମନ୍ତ୍ରୀ) ନିଶ୍ଚିତ ଏହା ଶୁଣିଥିବେ।’
PM
Speaking at UNGA called India :
“…the mother of all democracies…”
I hope :
Yogi ji
Himanta Biswa Sarmaare listening
— Kapil Sibal (@KapilSibal) September 26, 2021
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ ଆଜି ଶେଷ ହୋଇଛି। ସେ ଭାରତ ଫେରୁଛନ୍ତି। ତେବେ ଏହି ଗସ୍ତ ସମଅରେ ମୋଦି ବଡ଼ ବଡ଼ ବ୍ୟବସାୟ ପ୍ରତିନିଧିମାନଙ୍କୁ ଭେଟିଥିଲେ। ସେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ। ଏଥିସହ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଏବଂ ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାଁ ନେଇ ପରୋକ୍ଷରେ ଟାର୍ଗେଟ କରିଥିଲେ। କରୋନାକାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ ବିଦେଶ ଗସ୍ତ ଥିଲା। ଏହାପୂର୍ବରୁ ସେ ମାର୍ଚ୍ଚରେ ବାଂଗଲାଦେଶ ଗସ୍ତରେ ଯାଇଥିଲେ।
The post ମୋଦିଙ୍କ ଭାଷଣ ଶୁଣି କେହି ତାଳି ମାରିଲେନି- ଚିଦାମ୍ବରମ appeared first on Odisha Reporter.
from Odisha Reporter https://ift.tt/3zC5cyU
No comments:
Post a Comment