କଟକ (ଓଡ଼ିଶା ରିପୋର୍ଟର): କଟକ ଯୋବ୍ରା ବ୍ୟାରେଜ୍ରେ ଏକ ହାତୀର ମୃତଦେହକୁ ଆଜି ଠାବ କରାଯାଇଛି। ଯୋବ୍ରା ବ୍ୟାରେଜ୍ର ଗୋଟିଏ ଗେଟ୍ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି। ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ବନ ବିଭାଗ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ହାତୀଟିକୁ ଉଦ୍ଧାର କରାଯାଇ ନଥିଲା।
ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା। ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା। ଅରିନ୍ଦମ ଖବର ପ୍ରସାରଣ କରିବା ପାଇଁ ଓଡ୍ରାଫ୍ ଟିମ୍ ସହିତ ବୋଟ୍ରେ ଯାଇଥିଲେ।
ବୋଟ୍ ଦୁର୍ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ନଦୀ ଭିତରେ ସେମିତି ଛିଡ଼ା ହୋଇ ରହିଥିଲା। ଲୋକେ ନିଆଁ ଲଗାଇ ତାକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଶନିବାର ସକାଳେ ହାତୀଟି ସେଠାରେ ଆଉ ନଥିଲା। ହାତୀଟି ସୁରକ୍ଷିତ ଭାବେ ସେଠାରୁ ଚାଲି ଯାଇଥିଲା କି ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲା, ସେ ନେଇ ବନ ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳି ନଥିଲା। ତେବେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ହାତୀଟିଏ ନଦୀରେ ଭାସି ଯାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ତାହା ସେହି ହାତୀର କି ନୁହେଁ ସ୍ପଷ୍ଟ ହୋଇ ନାହିଁ।
The post ଯୋବ୍ରା ବ୍ୟାରେଜ୍ରେ ଏକ ହାତୀର ମୃତଦେହ ଠାବ appeared first on Odisha Reporter.
from Odisha Reporter https://ift.tt/3lSNPVK
No comments:
Post a Comment