ନୂଆଦିଲ୍ଲୀ: ପରିବା ମାର୍କେଟ୍ରେ ଭୁଶୁଡିଲା ୪ ମହଲା କୋଠା। ଅନେକ ଲୋକେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ନର୍ଥ ଦିଲ୍ଲୀ ସ୍ଥିତ ପରିବା ମଣ୍ଡିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଆଜି ସକାଳୁ ପରିବା ମାର୍କେଟରେ ଥିବା ଏକ ୪ ମହଲା ବିଲ୍ଡିଂ ହଠାତ୍ ଭୁଶୁଡି ପଡିଥିଲା। ଏହି ସମୟରେ ପରିବା ମଣ୍ଡିରେ ଏକାଧିକ ଲୋକ ଉପସ୍ଥିତ ଥିଲେ। ଘଟଣା ପରେ ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ କହିବା ମୁତାବକ, ଭଗ୍ନାବଶେଷ ତଳୁ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି, ସ୍ଥିତି ଉପରେ ପୂରା ନଜର ରଖିଛି ବୋଲି ଟୁଇଟ୍ କରି କେଜ୍ରିୱାଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀର ମଲକା ଗଞ୍ଜ ଅଞ୍ଚଳରେ ଏହି ପରିବା ମଣ୍ଡିଟି ଉପସ୍ଥିତ। ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ସେଠାରେ ଥିବା ବହୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଛି। ଭଗ୍ନାବଶେଷ ତଳେ ଏକ କାର୍ ମଧ୍ୟ ଦବି ଯାଇଥିବା ସୂଚନା ମିଳିଛି। ସେପଟେ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି।
#UPDATE | Teams of local police, MCD, NDRF among others are present to undertake rescue operation. We need time to assess number of people stuck under debris. One person rescued so far. He sustained head injury &has been sent to hospital: NS Bundela, Joint CP, Central Range,Delhi pic.twitter.com/pUxqzOYT4L
— ANI (@ANI) September 13, 2021
The post ପରିବା ମାର୍କେଟରେ ଭୁଶୁଡିଲା ୪ ମହଲା କୋଠା appeared first on Odisha Reporter.
from Odisha Reporter https://ift.tt/3A9co6z
No comments:
Post a Comment