ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ଏନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି। ନିର୍ବାଚନକୁ ନେଇ ରାଜନୈତିକ ମହୋଲ ମଧ୍ୟ ସରଗରମ ରହିଛି। କଂଗ୍ରେସ ପକ୍ଷରୁ ଏହାରି ଭିତରେ ଆସିଛି ଏକ ବଡ଼ ଖବର। ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ କଂଗ୍ରେସ। କେବଳ ସେତିକି ନୁହେଁ କିଏ ହେବ ମୁଖ୍ୟମନ୍ତ୍ରୀ ଫେସ୍? ସେ ନେଇ ମଧ୍ୟ କଂଗ୍ରେସ ମହାସଚିବ ହିଁ ନିଷ୍ପତ୍ତି ନେବେ। ଏନେଇ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି।
ଉତ୍ତରପ୍ରଦେଶରେ ଆଗାମୀ ମୁଖ୍ୟମନ୍ତ୍ରୀ ଦାବିଦାର କିଏ ହେବ? ଏହି ପ୍ରଶ୍ନର ଉତ୍ତର ଦେଇ ସଲମାନ ଖୁର୍ସିଦ କହିଛନ୍ତି, ୟୁପି ବିଧାନସଭା ନିର୍ବଚାନରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପ୍ରିୟଙ୍କା ଗାନ୍ଧି ନିଷ୍ପତ୍ତି ନେବେ। ଆମେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବୁ। ସେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କୌଣସି ନିଷ୍ପତ୍ତି ନେଇ ନ ଥିଲେ ବି ଉତ୍ତର ପ୍ରଦେଶ ବିଧାନସଭାର ୪୦୩ଟି ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବ। କୌଣସି ରାଜନୈତିକ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ। ଦୃଢ଼ ବିଶ୍ୱାସର ସହ ଆମେ ନିର୍ବାଚନ ଲଢ଼ିବୁ। ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଲାଗି ଦଳୀୟ କର୍ମୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯିବେ।
ଆଗ୍ରା ଗସ୍ତରେ ଥିବା ସଲ୍ମାନ୍ ଖୁର୍ସିଦ୍ କହିଛନ୍ତି, ‘ନିର୍ବାଚନୀ ଇସ୍ତାହାରରେ ସାଧାରଣ ଜନତାଙ୍କ ଦାବି ସାମିଲ କରାଯିବ। ଦଳୀୟ ସଦସ୍ୟମାନେ ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଜାଣିବା ଲାଗି ଜନସାଧାଣଙ୍କ ସହ ଯୋଗାଯୋଗ କରୁଛନ୍ତି। ଆମେ ଅଯୋଧ୍ୟା, ଝାନ୍ସୀ, ଗୋରଖପୁର ଆଦି ଜିଲ୍ଲା ପରିଦର୍ଶନ କରି ସାରିଲୁଣି ଏବଂ ରବିବାର ଦିନ ଆଗ୍ରାରେ ତୋରା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛୁ। ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ଭଳି ସମସ୍ୟା ସହ ଲୋକେ ଆହୁରି କିଛି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି।’
ସୂଚନା ମୁତାବକ ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ନେଇ ଘନ ଘନ ବୈଠକ କରୁଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା। ଦଳକୁ ମଜଭୁତ କରିବା ପାଇଁ ସେ ରବିବାର ଦିନ ଦୁଇ ଦିନିଆ ଗସ୍ତରେ ରୟବରେଲି ଯାଇ ସେଠାକାର କଂଗ୍ରେସ କର୍ମୀଙ୍କ ସହ ସାକ୍ଷାତ କରି ତାଙ୍କର ଉତ୍ସାହ ବଢ଼ାଇଥିଲେ। ଏଥିସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
We will be fighting the upcoming Assembly elections under the leadership of Priyanka Gandhi Vadra. She is working hard to ensure that we win. Later on, she may announce the CM's face: Former Union Minister & Congress leader Salman Khurshid on Congress' CM face in UP polls (12.09) pic.twitter.com/ZtPDtV2MH8
— ANI UP (@ANINewsUP) September 13, 2021
The post ପ୍ରିୟଙ୍କାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/3z7zNUA
No comments:
Post a Comment