ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବିରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଦ୍ୱିତୀୟ ରୋଗୀ।  ସେ ଜଣେ ମହିଳା ଥିଲେ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ୨୯ ତାରିଖରେ ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସସିବି କାଜୁଆଲିଟି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ଏହା ପୂର୍ବରୁ ଶନିବାର ରାତିରେ ଏଠାରେ ଇକମୋ ଚିକିତ୍ସାଧୀନ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ଏସସିବି କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟରେ ମୋଟ ୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ।  ତେବେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ବି କୋଭିଡ୍ ଜନିତ ଜଟିଳତା ପାଇଁ ଇକମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅଛନ୍ତି। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍‌ସିବିର ଇକମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି।

 

The post ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/391wx2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages