ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ଗିରି ମାର୍କେଟ ନିକଟରେ ଥିବା ଶତାଧିକ ବର୍ଷର ଆନ୍ଧ୍ର ଭାଷାଭିବର୍ଧନିର କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।
ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହି ଠାରୁ ରୀତିମତ ତେଲୁଗୁ ସାହିତ୍ୟିକମାନେ ସେମାନଙ୍କ ଚେଷ୍ଟା ଜାରି ରଖିଥିଲେ। ଏହି କୋଠା ଭିତରେ ବହୁ ପୁରୁଣା ବହି ଥିଲା। କୋଠା ଭୁଶୁଡିବା ଫଳରେ ସେଗୁଡିକ ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦୁଇ ଦିନ ହେବ ଲଘୁଜନିତ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଜିଲ୍ଲାର ୫ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୪୨.୫ ମିମି ବର୍ଷା ହୋଇଛି। ପୁରୀରେ ବର୍ଷା ୮୭ ବର୍ଷର ରେକର୍ଡ ଭଙ୍ଗ କରିଛି।
ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ହୋଇଛି। ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୫୭ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।
The post ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା appeared first on Odisha Reporter.
from Odisha Reporter https://ift.tt/2VC5I1T
No comments:
Post a Comment