୫ଥର ଟିକା ନେଇସାରିଲେଣି ବିଜେପି ନେତା, ଆଉ ଥରେ ନେବାକୁ ସରିଛି ବୁକିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

୫ଥର ଟିକା ନେଇସାରିଲେଣି ବିଜେପି ନେତା, ଆଉ ଥରେ ନେବାକୁ ସରିଛି ବୁକିଂ

ଲକ୍ଷ୍ନୌ: ବଜେପି ନେତାଙ୍କ ଟିକା ପ୍ରମାଣ ପତ୍ରକୁ ନେଇ ଆରମ୍ଭ ହୋଇଛି ହଇଚଇ। ଜଣେ କରୋନା ଟିକାର ଦୁଇଟି ଡୋଜ ନେଇପାରିବେ। ଏନେଇ ସରକାର ଘୋଷଣା କରିଛନ୍ତି। କିନ୍ତୁ ବିଜେପି ନେତା ଜଣକ ୫ଥର ଟିକା ନେଇସାରିଲେଣି। ତାଥାପି ତାଙ୍କ ମନ ବୁଝୁନି। ସେ ଆଉ ଥରେ ଷଷ୍ଟଥର ଲାଗି ଟିକା ନେବାକୁ ମଧ୍ୟ ବୁକିଂ କରିଛନ୍ତି। ତାଙ୍କ ଟିକା ପ୍ରମାଣପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶ ମେରଠ ସରଧନାର ବିଜେପି ନେତା ରାମପାଲ ସିଂହ। ସେ ହିନ୍ଦୁ ଯୁବବାହିନୀର ନେତା ମଧ୍ୟ ଅଛନ୍ତି। ସେ ନିକଟରେ ତାଙ୍କ ଟିକା ପ୍ରମାଣ ପତ୍ର ଡାଉନଲୋଡ କରିଛନ୍ତି। ଏହି ପ୍ରମାଣ ପତ୍ରରେ ସେ ୫ଥର ଟିକା ନେଇସାରିଥିବା ଉଲ୍ଲେଖ ରହିଛି। ଷଷ୍ଠ ଥର ଟିକା ନେବା ପାଇଁ ସ୍ଲଟ ବୁକିଂ ମଧ୍ୟ ସରିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଛି।

ତଦନ୍ତରୁ ଜଣାପଡିଛି ଯେ, ପ୍ରମାଣପତ୍ରରେ ଦିଆଯାଇଥିବା ତଥ୍ୟ ଭୁଲ। ଏହି ମାମଲାରେ କିଛି ଷଡଯନ୍ତ୍ର ଅଛି ବୋଲି ବୋଲି ବିଜେପି ନେତା କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗରେ ଅବହେଳାକୁ ନେଇ ଅଭିଯୋଗ କରି ସେ ଏକ ମାମଲା ମଧ୍ୟ ଦାୟର କରିଛନ୍ତି।ଏଥି ସହିତ ଏହି ଘଟଣାରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଥାଉକି, ମାର୍ଚ୍ଚ ୧୬ରେ ସେ ତାଙ୍କର ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ମେ’ ୮ ରେ ନେଇଥିଲେ ବୋଲି ରାମପାଲ କହିଛନ୍ତି। ସାର୍ଟିପିକେଟ ଡାଉନଲୋଡ କରିବା ପରେ ଜଣାପଡିଥିଲା କି ସେ ଟିକାର ୫ଟି ଡୋଜ ନେଇସାରିଲଣି। ସାର୍ଟିଫିକେଟ ଅନୁଯାୟୀ ଏହି ବିଜେପି ନେତା ଜଣକ ତୃତୀୟ ଏବଂ ଚତୁର୍ଥ ଡୋଜ୍‌ ଟିକା ମେ’ରେ ୧୫ରେ ନେଇଥିଲେ। ପଞ୍ଚମ ଡୋଜ୍‌ ଟିକା ସେପ୍ଟେମ୍ବର ୧୫ରେ ନେଇଥିଲେ। ଏବେ ଷଷ୍ଠ ଡୋଜ୍ ଟିକା ନେବା ପାଇଁ ସ୍ଲଟ ବୁକିଂ ୨୦୨୧ରୁ ଜାନୁଆରୀ ୨୦୨୨ରେ ହୋଇଥିବା ପ୍ରମାଣପତ୍ରରେ ଉଲ୍ଲେଖ ରହିଛି।

ସେପଟେ ଏହି ଘଟଣାକୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଅଖିଲେଶ ମୋହନ କହିଛନ୍ତ, ଏହା ପ୍ରଥମ ଘଟଣା ଯୋ, କୌଣସି ବ୍ୟକ୍ତିଙ୍କୁ ଟିକାରୁ ୨ଟି ଡୋଜରୁ ଅଧିକ ଦିଆଯାଇଥିବା ନେଇ ତଥ୍ୟ ରହିଛି। ଏହା ଏକ ଷଡଯନ୍ତ୍ର ହୋଇଥାଇପାରେ। କିଛି ଦୁର୍ବୃତ୍ତ ସରକାରୀ ପୋର୍ଟାଲକୁ ହ୍ୟାକ୍‌ କରି ଏଭଳି କରିଥାଇପାରନ୍ତି। ଏହି ମାମଲାର ଏବେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

The post ୫ଥର ଟିକା ନେଇସାରିଲେଣି ବିଜେପି ନେତା, ଆଉ ଥରେ ନେବାକୁ ସରିଛି ବୁକିଂ appeared first on Odisha Reporter.



from Odisha Reporter https://ift.tt/3EBRQX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages