କୋଲକାତା: ପାଖେଇ ଆସୁଛି ରାଜ୍ୟସଭା ଉପନିର୍ବାଚନ। ରାଜ୍ୟସଭାର ୬ଟି ଆସନ ପାଇଁ ଉପ ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ପାଇଁ ବିଜେପି ପଛ ଘୁଞ୍ଚା ଦେଇଛି। ଟିଏମ୍ସି ବିରୋଧରେ ପ୍ରାର୍ଥୀ ଦେବ ନାହିଁ ବୋଲି ବିଜେପି ଘୋଷଣା କରିଛି। ଫଳରେ କଂଗ୍ରେସ ଛାଡି ଟିଏମ୍ସିରେ ସାମିଲ ହୋଇଥିବା ଅଲ୍ ଇଣ୍ଡିଆ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କ ରାଜ୍ୟସଭାକୁ ମନୋନୀତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ତୃଣମୂଳ କଂଗ୍ରେସ ସୁସ୍ମିତା ଦେବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି। ଆଜି ସେ ବିଧାନସଭାରୁ ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ। ତେବେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଦେବ ନାହିଁ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
BJP will not nominate any candidate for Rajyasabha bypoll due in West Bengal. Outcome is predetermined. Our focus is to make sure unelected CM to be unelected once again. Jai Ma Kali.
— Suvendu Adhikari • শুভেন্দু অধিকারী (@SuvenduWB) September 20, 2021
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ସେ ୨୦୧୪ରେ ଆସାମର ସିଲଚରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ଅଲ୍ଇଣ୍ଡିଆ ମହିଳା କଂଗ୍ରେସର କାର୍ଯ୍ୟଭାର ମିଳିଥିଲା। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ବେଳେ ସେ ସିଲଚରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
ସୁସ୍ମିତା ଅଗଷ୍ଟ ୧୬ରେ ସେ କଂଗ୍ରେସ ଛାଡି କୋଲକୋତା ଆସି ଟିଏମ୍ସିରେ ସାମିଲ ହୋଇଥିଲେ। ଏବେ ସୁସ୍ମିତା ଦେବଙ୍କୁ ଆଗରେ ରଖି ଟିଏମସି ଆସାମ ଏବଂ ତ୍ରିପୁରାରେ ନିଜର ଦଳକୁ ମଜଭୁତ କରିବାକୁ ଚେଷ୍ଟା କରୁଛି।
ସୂଚନା ମୁତାବକ, ଟିଏମ୍ସି ଟିକେଟରେ ଡଃ.ମାନସ ରଞ୍ଜନ ଭୁୟାଁ ରାଜ୍ୟସଭାକୁ ଯାଇଥିଲେ। ତେବେ ଇସ୍ତଫା ପରେ ଏହି ଆସନ ଏବେ ଖାଲି ପିଡଛି। ଆସନ୍ତା ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବ। ଏହା ପୂର୍ବରୁ ମଧ୍ୟ ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ରାଜ୍ୟସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟିଏମସିର ପ୍ରାର୍ଥୀ ଜବାହର ସାର୍କ ବିନା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେତେବେଳେ ମଧ୍ୟ ବିଜେପି କୌଣସି ପ୍ରାର୍ଥୀ ଦେଇନଥିଲା।
The post ଟିଏମ୍ସି ବିରୋଧରେ ପ୍ରାର୍ଥୀ ଦେବନି ବିଜେପି appeared first on Odisha Reporter.
from Odisha Reporter https://ift.tt/39k30RM
No comments:
Post a Comment