ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ ।  ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ  ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ  ଘଟଣା  ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଦୃଶ୍ୟ। ପୁଲିସ୍‌ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ  ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ମାଲିକଜଣକ କ୍ୟାସ୍‌ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି କହିଲେ ଗ୍ରାହକ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି।

ଏହାପରେ ଘଟଣାସ୍ଥଳରୁ ୩ ଯୁବକ ପଳାଇଲେ। ମାତ୍ର  ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶିଥିଲେ। ଏହାପରେ ଅତର୍କିତ ଭାବେ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣକାରୀ ଯୁବକମାନେ କମ୍‌ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା   ଏବେ ଚିନ୍ତାର ବିଷୟ ହୋଇଛି।   ଏହି ଘଟଣାରେ ପୁଲିସ୍‌ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ appeared first on Odisha Reporter.



from Odisha Reporter https://ift.tt/3tF60Si

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages