ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନରେ ଏକ ହୋଟେଲ୍ର ତୃତୀୟ ମହଲାରୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାବାଳକ ବୟଫ୍ରେଣ୍ଡ ତାଙ୍କ ଉପରେ ସନ୍ଦେହ କରିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଏହି ନାବାଳିକା ଜଣଙ୍କ ତାଙ୍କ ନାବାଳକ ବୟଫ୍ରେଣ୍ଡଙ୍କ ସହିତ ସୋମବାର ରାତିରେ ଉଜ୍ଜୟିନର ମହାକାଳେଶ୍ୱର ମନ୍ଦିର ନିକଟସ୍ଥ ଏକ ହୋଟେଲ୍କୁ ଆସିଥିଲେ। ସେମାନେ ନିଜକୁ ସ୍ୱାମୀସ୍ତ୍ରୀ ବୋଲି ପରିଚୟ ଦେଇ ହୋଟେଲ୍ରେ ରହିଥିଲେ। ଏଥିପାଇଁ ସେମାନେ ଜାଲ୍ ପରିଚୟ ପତ୍ର ପ୍ରଦାନ କରିଥିଲେ।
ନାବାଳିକା ଜଣଙ୍କ ହୋଟେଲ୍ରେ ଥିବା ବେଳେ ତାଙ୍କର ଜଣେ ବନ୍ଧୁଙ୍କୁ ସେଠାକୁ ଦେଖା କରିବାକୁ ଡାକି ଥିଲେ। ତେବେ ସେହି ବନ୍ଧୁଙ୍କ ସହିତ ନାବାଳିକାଙ୍କର ସଂପର୍କ ଥିବା ନେଇ ତାଙ୍କ ବୟଫ୍ରେଣ୍ଡ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟ ନାବାଳିକା ଓ ତାଙ୍କ ବୟଫ୍ରେଣ୍ଡଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ମାଡ଼ ମଧ୍ୟ ମାରିଥିଲେ। ଏହା ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।
ପୁଲିସ୍ ମୃତ ନାବାଳିକାଙ୍କ ନାବାଳକ ବୟଫ୍ରେଣ୍ଡଙ୍କ ନାଁରେ ମାମଲା ରୁଜୁ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିପରି ଏକ ନାବାଳକ ଓ ନାବାଳିକା ପ୍ରେମୀ ଯୁଗଳଙ୍କୁ ହୋଟେଲ୍ରେ ରଖିବା ଅଭିଯୋଗରେ ମ୍ୟାନେଜରଙ୍କ ନାଁରେ ବି ପୁଲିସ୍ ମାମଲା ରୁଜୁ କରିଛି।
ମୃତ ନାବାଳିକାଙ୍କ ସହିତ ତାଙ୍କ ବୟଫ୍ରେଣ୍ଡ ଯୁକ୍ତି କରୁଥିବା ବେଳେ ହୋଟେଲ୍ରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଶୁଣିଥିଲେ। ସେମାନଙ୍କର ବୟାନ ରେକର୍ଡ କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ସେମାନଙ୍କ ପ୍ରେମ ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାନଥିବା ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି। କିନ୍ତୁ ପିଲାମାନେ ଘରୁ ନିଖୋଜ ଥିବା ସତ୍ତ୍ୱେ ସେମାନେ ପୁଲିସ୍ରେ ଅଭିଯୋଗ କରି ନଥିଲେ।
The post ବୟଫ୍ରେଣ୍ଡର କଥା ଶୁଣି ହୋଟେଲ୍ର ତୃତୀୟ ମହଲାରୁ ଡେଇଁ ପଡ଼ିଲେ ନାବାଳିକା appeared first on Odisha Reporter.
from Odisha Reporter https://ift.tt/3hq2JkX
No comments:
Post a Comment